ଶରୀର ପାଇଁ ଆଦୌ ଭଲ ନୁହଁ ବର୍ଷା ପାଣି

ବର୍ତ୍ତମାନ ପରିବେଶରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ବଢିଯାଇଛି ଯେ, ବର୍ଷା ପାଣିକୁ ହାତ ଲଗାଇବାକୁ ମଧ୍ୟ ଲୋକମାନେ ଡରୁଛନ୍ତି । କିନ୍ତୁ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି । ଏପରି କରିବା ଠିକ ନୁହଁ ।

ଅସହ୍ୟ ଗରମରୁ ତ୍ରାହି ପାଇବା ପାଇଁ ଲୋକମାନେ ବର୍ଷାକୁ ଅପେକ୍ଷା କରିଥାନ୍ତି । ବର୍ଷା ହେବା ମାତ୍ରେ ପରିବେଶରେ ନୂଆ ଚମକ ଆସିଥାଏ । ଜୀବଯନ୍ତୁଙ୍କ ଠାରୁ ଆରମ୍ଭ କରି ଗଛଲତା ସବୁଥିରେ ନୂତନ ଜୀବନ ଆସେ । ବର୍ଷା ପାଣି ପରିବେଶକୁ ସନ୍ତୁଳିତ କରି ରଖିଥାଏ । ବର୍ଷା ହେବା ମାତ୍ରେ ନଦୀ ପୋଖରୀ ସବୁ ଭରିଯାଏ । କିନ୍ତୁ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ପାଣି କମ ଥାଏ । ଏଭଳି ସମସ୍ୟା ଠାରୁ ବଞ୍ଚିବା ପାଇଁ ଲୋକେ ବର୍ଷା ପାଣିକୁ ସଂଗ୍ରହ କରି ରଖିଥାନ୍ତି । ପରେ ଏହି ପାଣିକୁ ବ୍ୟବହାର କରିଥାନ୍ତି । କିଛି ଲୋକ ଏହି ବର୍ଷା ପାଣିକୁ ପିଇଥାନ୍ତି । କିନ୍ତୁ ଅନେକ ଥର ପ୍ରଶ୍ନ ଉଠିଥାଏ ଯେ, ଏହି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଠିକ କି ଠିକ ନୁହଁ । ତେବେ ପୁରୁଣା ସମୟରେ ପ୍ରଦୂଷଣ ମାତ୍ରା ବହୁତ କମ ଥିଲା । ଏଥିପାଇଁ ଲୋକମାନେ ବର୍ଷା ପାଣିକୁ ସଞ୍ଚିତ ରଖି ଏହି ପାଣିକୁ ପିଉଥିଲେ ।

କିନ୍ତୁ ବର୍ତ୍ତମାନ ପରିବେଶରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ବଢିଯାଇଛି ଯେ, ବର୍ଷା ପାଣିକୁ ହାତ ଲଗାଇବାକୁ ମଧ୍ୟ ଲୋକମାନେ ଡରୁଛନ୍ତି । କିନ୍ତୁ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି । ଏପରି କରିବା ଠିକ ନୁହଁ ।

ପରିବେଶ ପ୍ରଦୂଷଣ ହୋଇଥିବା କାରଣରୁ ବର୍ଷା ପାଣି ମଧ୍ୟ ପ୍ରଦୂଷିତ ହୋଇଥାଏ । ଏଥିରେ ଫାଇନ ପାର୍ଟିକଲ ରହିଥାଏ, ଯାହା ଆପଣଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ । ଫୁସଫୁସରେ ସମସ୍ୟା, ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ଡାଏରିଆ ଭଳି ସମସ୍ୟା ଉତ୍ପନ୍ନ କରିଥାଏ ।

ବର୍ଷା ପାଣି ପ୍ରଦୂଷିତ ହୋଇଥିବା କାରଣରୁ ଏହି ପାଣିରୁ ସମସ୍ତେ ଦୂରେଇ ରହିବା ଉଚିତ । ଏହି ପାଣିକୁ ଆପଣ ପିଇବା ପରିବର୍ତ୍ତେ ଲୁଗା ଧୋଇବା, ବାସନ ଧୋଇବା, ଘର ସଫା କରିବା , ଗଛରେ ପାଣି ଦେବା ଏବଂ ଗାଧୋଇବା ଭଳି କାର୍ଯ୍ୟରେ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.