Below header

ଜୟପୁରରେ ବିଦେଶୀ ମହିଳାଙ୍କ ସହ ଅଶ୍ଳୀଳ ହରକତ, ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ଖୋଜୁଛି ପୋଲିସ

ରାଜସ୍ଥାନ ଜୟପୁରରେ ବିଦେଶୀ ମହିଳାଙ୍କୁ ଅଶ୍ଳୀଳ ଢଙ୍ଗରେ ଛୁଇଁବା ଏବଂ ଅସଦାଚରଣ କରିବାର ଏକ ମାମଲା ସାମ୍ନାକୁ ଆସିଛି।

ରାଜସ୍ଥାନ ଜୟପୁରରେ ବିଦେଶୀ ମହିଳାଙ୍କୁ ଅଶ୍ଳୀଳ ଢଙ୍ଗରେ ଛୁଇଁବା ଏବଂ ଅସଦାଚରଣ କରିବାର ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ନାଁରେ ଏପରି ଅଭିଯୋଗ ହୋଇଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସୂଚନା ରହିଛି ଯେ ହୋଟେଲରୁ ଚାଲି ଚାଲି ଫେରୁଥିବା ସମୟରେ ଜଣେ ଟ୍ୟାକ୍ସି ଡ୍ରାଇଭର ବିଦେଶୀ ମହିଳାଙ୍କ ପଛେ ପଛେ ଆସିଥିଲେ। କିଛି ସମୟ ପରେ ସେ ତାଙ୍କ ନିକଟତର ହୋଇଥିଲେ ଏବଂ ମହିଳାଙ୍କ କାନ୍ଧରେ ହାତ ପକାଇ ବାହୁକୁ ଧରି ଅଶ୍ଳୀଳ ହରକତ କରିବାକୁ ଲାଗିଥିଲେ।

ଟ୍ୟାକ୍ସି ଡ୍ରାଇଭରଙ୍କର ଏପରି ହରକତର ଭିଡିଓକୁ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତି ମାଲିଓ୍ଵାଲ ଟ୍ୱିଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଏହା ବହୁତ ଲଜ୍ଜାଜନକ ଘଟଣା। ଏପରି ଘଟଣା ଦେଶର ନାଁକୁ ବଦନାମ୍‌ କରୁଛି’। ସେପଟେ ସ୍ଥାନୀୟ ବିଧାୟକପୁରୀ ଥାନା ପୋଲିସ ମାମଲାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି। ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଛି।

ଜୟପୁର ପୋଲିସ କଣ୍ଟ୍ରୋଲ ରୁମ୍‌ ଭିଡିଓ ଯାଞ୍ଚ ପାଇଁ ସିନ୍ଧି କ୍ୟାମ୍ପ ପୋଲିସ ଷ୍ଟେସନ ପଠାଇଥିଲା ଏବଂ ସ୍ଥାନଟି ବିଧାୟକପୁରୀ ଥାନା ଅଞ୍ଚଳ ବୋଲି ଚିହ୍ନଟ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ମାମଲା ସେଠାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ପୋଲିସ ଖୋଜାଖୋଜି କରୁଛି।

ପୋଲିସ ମୁତାବକ, ଟ୍ୟାକ୍ସି ଡ୍ରାଇଭରଙ୍କ ସହ ଯେଉଁ ବିଦେଶୀ ମହିଳା ପର୍ଯ୍ୟଟକ ଚାଲୁଥିଲେ, ତାଙ୍କ ସହ ଏ ପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରି ନାହିଁ। ଭିଡିଓକୁ ମହିଳାଙ୍କର ଜଣେ ପରିଚିତ ଲୋକ ସେୟାର କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.