ରୟାଲ ଏନଫିଲ୍ଡକୁ ଟକ୍କର ଦେବାକୁ ଆସିଗଲା Harley Davidson x440, ବଢ଼ିଆ ପାୱାର ସହିତ ଜବରଦସ୍ତ ପରଫର୍ମାନ୍ସ

ସବୁଠାରୁ ବଢ଼ିଆ କଥା ହେଉଛି କମ୍ପାନୀ ଏହି ବାଇକକୁ ପ୍ରାୟ ୨.୨୯ ଲକ୍ଷ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ୍ କରିଛି ।

Harley Davidsonର ସବୁଠାରୁ ଶସ୍ତା ବାଇକକୁ ଅପେକ୍ଷା କରିବା ଏବେ ହୋଇଯାଇଛି ଶେଷ । କମ୍ପାନୀ ନିଜର ନୂଆ ମୋଟରସାଇକେଲ Harley Davidson X440 କୁ ଅଫିସିଆଲ ଭାବେ ବିକ୍ରି ପାଇଁ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ସବୁଠାରୁ ବଢ଼ିଆ କଥା ହେଉଛି କମ୍ପାନୀ ଏହି ବାଇକକୁ ପ୍ରାୟ ୨.୨୯ ଲକ୍ଷ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ୍ କରିଛି । ଯାହାକି ଟପ୍ ମଡେଲ ପାଇଁ ୨.୬୯ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ) ପର୍ଯ୍ୟନ୍ତ ବି ଯାଇପାରେ । ଏହି ବାଇକକୁ କମ୍ପାନୀ ଅଫିସିଆଲ ଡିଲରସିପ୍ ମାଧ୍ୟମରେ ବୁକ୍ କରାଯାଇପାରେ । ଏଥିପାଇଁ ୨୫,୦୦୦ ଟଙ୍କାର ଆଡଭାନ୍ସ ବୁକିଙ୍ଗ ଆମାଉଣ୍ଟ ଜମା କରିବାକୁ ହେବ ।

ଏହା ହାର୍ଲେ ଡେଭିଡସନର ପ୍ରଥମ ଏପରି ବାଇକ ଯାହା ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହୋଇଛି । ଏହାବ୍ୟତୀତ ଏହି ବାଇକ୍ ହାର୍ଲେ ଡେଭିଡସନ ଏବଂ ହିରୋ ମୋଟରକର୍ପର ଚୁକ୍ତିନାମା ପରେ ପ୍ରଥମ ମଡେଲ ଅଟେ । ଇର୍ଗୋନୋମିକ୍ସ ବିଷୟରେ କହିବା ତ ଏଥିରେ ଫରୱାର୍ଡ ଫୁଟପେଗ୍ ଏବଂ ସ୍ବେପ୍ଟ ବ୍ୟାକ ହ୍ୟାଣ୍ଡଲବାର ନାହିଁ ଯାହାକି ଆପଣ ସାଧାରଣତଃ ଏକ କ୍ରୁଜରର ଡିଜାଇନ୍ ଦେଖିବାକୁ ପାଇବେ । ଏହି ବାଇକରେ କମ୍ପାନୀ ମିଡ୍ ସେଟ୍ ଫୁଟପେଗ୍ ଏବଂ ଏକ ଫ୍ଲାଟ ହ୍ୟାଣ୍ଡେଲବାର ଦେଇଛି । କିନ୍ତୁ ଏହି ବାଇକ ବହୁତ ସ୍ପୋର୍ଟି ଲୁକ ଦେଇଥାଏ ।

ଏହି ବାଇକର ଷ୍ଟାଇଲିଙ୍ଗ ୱାର୍କ ହାର୍ଲେ ଡେଭିଡସନ୍ ଦ୍ବାରା କରାଯାଇଛି । ସେହିପରି ଏହାର ଇଞ୍ଜିନିୟରିଂ, ଟେଷ୍ଟିଙ୍ଗ୍ ଏବଂ ଏହାର ସମ୍ପୂର୍ଣ୍ଣ ଡେଭଲପ୍ ହିରୋ ମୋଟରକର୍ପ ଦ୍ବାରା କରାଯାଇଛି । ଦେଖିବାକୁ ଏହା ଏକ ଷ୍ଟାଇଲିସ୍ ବାଇକ୍ ଲାଗୁଛି ଯେଉଁଥିରେ ହାର୍ଲେର DNA ଦେଖିବାକୁ ମିଳିବ । ଜାରି ହୋଇଥିବା ଫଟୋକୁ ଦେଖି ଜଣାପଡୁଛି ଯେ କମ୍ପାନୀ ଏହି ବାଇକରେ ଡେ-ଟାଇମ-ରନିଙ୍ଗ ଲାଇଟ୍ସର ବ୍ୟବହାର କରାଯାଇଛି, ଯାହା ଉପରେ ହାର୍ଲେ ଡେଭିଡସନ୍ ଲେଖା ହୋଇଛି ।

ପାୱାର ଏବଂ ପରଫର୍ମାନ୍ସ

ହାର୍ଲେ ଡେଭିଡସନ୍ କୁ ମର୍ଡନ ରେଟ୍ରୋ ଲୁକ ଦିଆଯାଇଛି । ଏବଂ କମ୍ପାନୀ ଏହି ବାଇକରେ ୪୪୦ ସିସିର କ୍ଷମତା ବିଶିଷ୍ଟ ସିଙ୍ଗଲ ସିଲିଣ୍ଡର ଇଞ୍ଜିନର ବ୍ୟବହାର କରିଛି । ଯାହା ୨୭ଏଚପି ପାୱାର ଏବଂ ୩୮ଏନଏମର ଟର୍କ ଜେନେରେଟ୍ କରିଥାଏ । ଏହାକୁ ୬ ସ୍ପିଡ୍ ଟ୍ରାନ୍ସମିସନ ସହିତ ଯୋଡାଯିବ ଏବଂ ଆଶା କରାଯାଉଛି ଯେ ଏଥିରେ ସ୍ଲିପର କ୍ଲଚକୁ ବି ସାମିଲ କରାଯାଇଛି ।

ରୟାଲ ଏନଫିଲ୍ଡକୁ ଦେବ ଟକ୍କର

Harley Davidson x440 ର ପ୍ରାରମ୍ଭିକ ଦାମ୍‌ ୨.୨୯ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି ଏହାର ଟପ୍ ଭ୍ୟାରିୟଣ୍ଟ ପାଇଁ ଆପଣଙ୍କୁ ୨.୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଇଞ୍ଜିନ୍ ଏବଂ ପରଫର୍ମାନ୍ସ ମାମଲାରେ ବାଇକ୍ ସିଧାସଳଖ ଟକ୍କର ଦେବ Royal Enfield ସହ । ସେହିପରି ରୟାଲ ଏନଫିଲ୍ଡ କ୍ଲାସିକ ୩୫୦ ବିଷୟରେ କଥା ହେବା ତ ଏହାର ଦାମ୍ ୧ ଲକ୍ଷ ୯୩ ହଜାର ଟଙ୍କାରୁ ଆରମ୍ଭ ହୋଇ ୨ ଲକ୍ଷ ୨୧ ପର୍ଯ୍ୟନ୍ତ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.