ଜଳହସ୍ତୀଙ୍କ ଦୋସ୍ତି ! ଏପରି କରୁଛନ୍ତି ଜଳକ୍ରୀଡା, ଦେଖନ୍ତୁ ଭିଡିଓ

ଆପଣ ମାନେ ନିଶ୍ଚିତ ଭାବେ ଅନେକ ଥର ନିଜ ସାଙ୍ଗସାଥି, ଭାଇ ବନ୍ଧୁ ତଥା ଚିନ୍ହା ପରିଚିତଙ୍କ ସହ ମଜା ମସ୍ତି କରିଥିବେ । କିନ୍ତୁ କେବେ ଜଳହସ୍ତୀ ମାନଙ୍କୁ ନିଜ ନିଜ ଭିତରେ ମଜା କରୁଥିବାର ଦେଖିଛନ୍ତିକି ? ସିନାସିନଟି ଚିଡ଼ିଆଖାନାରେ ଏକ ଜଳହସ୍ତୀ ନିଜ ସାଙ୍ଗ ସହ ମଜା କରୁଥିବାର ନଜର ଆସିଛି । ଏହି ଦୃଶ୍ୟ ଦେଖି ଆପଣ ନିଶ୍ଚିତ ରୂପେ ହସି ହସି ଗଡ଼ିଯିବେ । ଜଳହସ୍ତୀ ମାନଙ୍କ ଏହି ମଜାଦାର ମୁହୂର୍ତ୍ତକୁ ଅନୁଭବ କରିବା ପାଇଁ ଥରେ ହେଉ ପଛେ ନିଶ୍ଚିତ ରୂପେ ଏହି ଭିଡିଓଟିକୁ ଦେଖିବେ । ଭିଡିଓରେ ଦୃଶ୍ୟମାନ ହେଉଥିବା ଏହି ଜଳହସ୍ତୀ ଟିର ନାଁ ଚିଡ଼ିଆଖାନା ପକ୍ଷରୁ “ଫିୟୋନା” ବୋଲି ରଖାଯାଇଛି । ଯାହାର ଦୁଷ୍ଟାମୀ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Naughty Fiona! 😂🦛 #TeamFiona

A post shared by Cincinnati Zoo (@cincinnatizoo) on

 

ଫିୟୋନା ଛିଡ଼ା ହୋଇଥିବା ସ୍ଥାନରେ ତା ପାଖରେ ତାର ଆଉ ଏକ ସାଙ୍ଗ ଜଳହସ୍ତୀ ଆଗକୁ ମୁହଁ କରି ଛିଡା ହୋଇଛି । ଏହି ସମୟରେ ଦୁଷ୍ଟ ଫିୟୋନା ତା ସାଙ୍ଗର ଲାଞ୍ଜ ଟିକୁ ପାଟିରେ ଟାଣି ଧରୁଛି । ପରେ ଖୁବ ଉତ୍ସାହିତ ହୋଇ ପାଣିରେ ଡେଇଁବା ସହ ସେଠାରେ ପହଁରିବା ଆରମ୍ଭ କରିଦେଉଛି । ଜଳହସ୍ତୀ ମାନଙ୍କ ଏହି ମଜାଦାର ଖେଳର ଦୃଶ୍ୟକୁ ସିନସିନଟି ଚିଡିଆଖାନା କତ୍ତୃପକ୍ଷ ଗତ ୯ ତାରିଖରେ ନିଜ ଅଫିସିଆଲ ଇନ୍ଷ୍ଟଗ୍ରାମ ପେଜରେ ଭିଡିଓ ସହ ସେୟାର କରିଛନ୍ତି । ତଳେ କ୍ୟାପ୍ସନରେ ଲେଖିଛନ୍ତି “ଦୁଷ୍ଟ ଫିୟୋନା” । ଭିଡିଓ ଜରିଆରେ ଆପଣ ମାନେ ଗଣ୍ଡା ମାନେ ରହୁଥିବା ଗୁମ୍ଫା ମଧ୍ୟ ଦେଖିପାରିବେ ।

ଚିଡିଆଖାନାର ଏହି ମଜାଦାର ଭିଡିଓଟି ଲୋକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏହାକୁ ଏଯାବତ ୬୦ ହଜାରରୁ ଅଧିକ ଜଣ ଦେଖିସାରିଲେଣି । ଏନେଇ ଜଣେ ୟୁଜର ଲେଖିଛନ୍ତିକି, ଫିୟୋନା ଖୁବ ସ୍ନେହୀ । ଯେବେ ଆଉ ଜଣେ ଲେଖିଛନ୍ତି, ମୋତେ ଏହି ଭିଡିଓ ଟି ଦେଖିବାକୁ ଖୁବ ମଜା ଲାଗୁଛି । ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.