Below header

ତିନି ବର୍ଷର ଛୁଆକୁ ଘରେ ଏକା ଛାଡି ବଏଫ୍ରେଣ୍ଡ ସହ ବୁଲିବାକୁ ଚାଲିଗଲା ମା, ଭୋକରେ ପଡି ପଡି ମରିଗଲା ଛୁଆ

ଏହି ଖବରଟି ଏମିତି ଯାହା ପଢିଲେ ଆପଣ ଚମକି ପଡିବେ ଆଉ ଭାବିବେ ଏହା କଣ ସତ ? ଏକ ମା ନିଜ ତିନି ବର୍ଷର ଛୋଟ ଛୁଆକୁ ଏକୁଟିଆ ଛାଡି ନିଜ ବଏଫ୍ରେଣ୍ଡକୁ ଭେଟିବା ପାଇଁ ଚାଲିଗଲେ । ଏକ ସପ୍ତାହରୁ ଅଧିକ ସମୟ ସେ ବୁଲାବୁଲି କରି ଘରକୁ ଫେରିବା ପରେ ଯାହା ଦେଖିଲେ ତାହା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ସେ ଦେଖିଲେ ଛୁଆଟି ଅନେକ ଦିନ ପର୍ଯ୍ୟନ୍ତ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ମରିଯାଇଛି ।

ସୂଚନା ଅନୁଯାୟୀ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଟୋକିଓରେ । ସାକି କାକେହାସି ନାମକ ଜଣେ ମହିଳା ନିଜର 3 ବର୍ଷୀୟ ଝିଅ ନୋଆକୁ ଘରେ ଏକୁଟିଆ ଛାଡି ବଏଫ୍ରେଣ୍ଡ କାଗୋସିମାଙ୍କ ସହିତ ବୁଲିବାକୁ ଚାଲି ଯାଇଥିଲେ । ଆଉ ସେଠାରୁ 8 ଦିନ ପରେ ଘରକୁ ଫେରିଥିଲେ । ଘରକୁ ଫେରି ମହିଳା ଜଣକ ଦେଖନ୍ତି ତ ନିଜ ଝିଅ ଘରେ ଗୁରୁତର ଅବସ୍ଥାରେ ପଡିଛି । ତାର ନିଶ୍ୱାସ ପ୍ରଶ୍ୱାସ ସେତେବେକାଳୁ ବନ୍ଦ ହୋଇଗଲାଣି । ଏହି ସମୟରେ ମହିଳା ଜଣକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲା ଆଉ ଡାକ୍ତରସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

JAPAN TIMES

ପୋଷ୍ଟମର୍ଟମ ପରେ ଜଣାପଡିଥିଲା ଅନେକ ଦିନ ଧରି ପିଲାଟି ଭୋକ ଉପାସରେ ରହିଥିଲା । ଏମିତିକି ତାର ପେଟ ପୁରା ଖାଲିଥିଲା ଏବଂ ତାର ଶରୀରରେ ଟୋପାଏ ବି ପାଣି ନଥିଲା । ଏହିସବୁ କାରଣ ଯୋଗୁଁ ପିଲାଟିର ଜୀବନ ଚାଲି ଯାଇଥିଲା । ପିଲାଟିର ଅବସ୍ଥା ଏପରି ଥିଲା କି ତାର ଡାଇପର ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ବଦଳା ଯାଇନଥିଲା । ମହିଳା ଜଣକ କହିଥିଲେ ଯେ ସେ କେବେ ବି ଭାବିନଥିଲେ ଯେ ତାଙ୍କ ଝିଅ ମରିଯାଇଥିବ ବୋଲି ବରଂ ସେ ଭାବିଥିଲେ ଯେ ଘରକୁ ଫେରିବା ପରେ ସବୁକିଛି ଠିକ ଥିବ ।

ସୂଚନା ଅନୁଯାୟୀ 2017 ମସିହା ଠାରୁ ସାକି କାକେହାସି ନିଜ ଝିଅକୁ ଧରି ଏକା ରହୁଥିଲେ । ବାରମ୍ବାର ତାଙ୍କ ଝିଅ ରୋଗାଗ୍ରସ୍ତ ହେଉଥିଲେ ମଧ୍ୟ ଦୀର୍ଘଦିନ ଧରି ସେ ନିଜ ତା’ର ଚେକଅପ ମଧ୍ୟ କରାଇ ନଥିଲେ । ତେବେ ଶେଷରେ ମହିଳା ଜଣକୁ ଗିରଫ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.