Below header

ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରଚାର କରିବ ନାହିଁ ଫେସବୁକ୍, ରାଜନୈତିକ ବିଜ୍ଞାପନ ଉପରେ ଲଗାଇବ ବ୍ୟାନ

କେନ୍ୟୁଜ୍(ବ୍ୟୁରୋ):  ଫେସବୁକରେ ଆସିବ ନାହିଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ବିଜ୍ଞାପନ । ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ତାପୂର୍ବରୁ ରାଜନୈତିକ ବିଜ୍ଞାପନ ଉପରେ ବ୍ୟାନ ଲଗାଇବ ସୋସିଆଲ୍‌ ମିଡିଆ କମ୍ପାନୀ ଫେସବୁକ୍‌ । ସାମୟିକ ନିଷିଦ୍ଧାଦେଶ ନେଇ ବିଚାରବିମର୍ଶ ଚଳାଇଛି କମ୍ପାନୀ । ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ ।

କୌଣସି ପ୍ରକାର ରାଜନୈତିକ ବିଜ୍ଞାପନର ତଥ୍ୟ ଓ ସତ୍ୟାସତ୍ୟ ଅନୁଧ୍ୟାନ ନକରି ସୋସିଆଲ୍‌ ମିଡିଆରେ ପ୍ରଚାର ପ୍ରସାର କରାଯାଉଛି । ଫଳରେ ଲୋକଙ୍କ ପାଖରେ ବେଳେବେଳେ ପହଞ୍ଚୁଛି ବିଭ୍ରାନ୍ତିକର ସୂଚନା । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜୁକର ବର୍ଗଙ୍କ କମ୍ପାନୀ ଫେସବୁକ୍‌ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି । ଆମେରିକା ପରେ ଆଗାମୀ ଦିନରେ ବିଭିନ୍ନ ଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ ଏହା ଏକ ସଚର୍କଘଣ୍ଟି ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.