‘କ୍ଷମା କରିବେ ବିଳମ୍ବ ହୋଇଗଲା’ ୧୦ ମିନିଟ ପାଇଁ ହୋଇଥିବା ବିଳମ୍ବ ଯୋଗୁଁ ଭୁଲ୍‌ ମାଗିଲେ ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ

‘ସରି… ଲେଟ୍‌ ହୋ ଗୈୟା’ । ମାତ୍ର ୧୦ ମିନିଟ୍‌ ପାଇଁ କୋର୍ଟ ରୁମରେ ଉପସ୍ଥିତି ଥିବା ଲୋକଙ୍କୁ ଭୁଲ୍‌ ମାଗିଲେ ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ । ବିନମ୍ରତାର ପରିଚୟ ଦେଲେ ମୁଖ୍ୟ ବିଚାରପତି ।

‘ସରି ମୋତେ ପହଞ୍ଚିବାକୁ ବିଳମ୍ବ ହୋଇଗଲା’ ଏମିତି କହି କ୍ଷମା ମାଗିଲେ ସୁପ୍ରମିକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ । କୋର୍ଟକୁ ପହଞ୍ଚିବାକୁ ମାତ୍ର ୧୦ ମିନିଟ୍‌ ବିଳମ୍ବ ହୋଇଯିବାରୁ ଏମିତି କହି କ୍ଷମା ମାଗିଲେ ମୁଖ୍ୟ ବିଚାରପତି। ସିଜେଆଇ ଚନ୍ଦ୍ରଚୂଡ ବହୁତ ସମୟାନୁବର୍ତ୍ତା ।

ଖବର ମୁତାବକ, ଦିନେ ମୁଖ୍ୟ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କୋର୍ଟ ରୁମରେ ପହଞ୍ଚିବା ବେଳକୁ ୧୦ ମିନିଟ୍‌ ବିଳମ୍ବ ହୋଇଯାଇଥିଲା । ତେଣୁ କୋର୍ଟ ରୁମରେ ଥିବା ସମସ୍ତ ଲୋକଙ୍କୁ କ୍ଷମା ମାଗିଥିଲେ ଚନ୍ଦ୍ରଚୂଡ । ସିଜେଆଇ କହିଥିଲେ, କ୍ଷମା କରିବେ, ମୁଁ ସାଥି ଜଜଙ୍କ ସହିତ କିଛି ଆଲୋଚନା କରୁଥିଲି, ତେଣୁ ମୋର ବିଳମ୍ବ ହୋଇଗଲା । ତେବେ ସୁପ୍ରିମକୋର୍ଟର କୌଣସି ବିଚାରପତି ମାତ୍ର୧୦ ମିନିଟ୍‌ ପାଇଁ କେବେ ବି କ୍ଷମା ମାଗିନାହାନ୍ତି । ଆଉ ଚନ୍ଦ୍ରଚୂଡଙ୍କ ଏଭଳି ବିନମ୍ରତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅଲହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରଦୀପ କୁମାର ସିଂ ଏହାକୁ ନେଇ କହିଛନ୍ତି, ଜଷ୍ଟିସ ଚନ୍ଦ୍ରଚୂଡ ବହୁତ ଅନୁଶାସିତ । ଆଇନକୁ ସମ୍ମାନ ଦିଅନ୍ତି । ପ୍ରତି କାଯ୍ୟର୍ରେ ସମୟାନୁବର୍ତ୍ତୀ ହୋଇଥାନ୍ତି । ସେ ଅନ୍ୟର ସମୟ ଧ୍ୟାନରେ ରଖି କୋର୍ଟକୁ ସମୟରେ ପହଞ୍ଚନ୍ତି । ତାଙ୍କର ଏଭଳି ବିନମ୍ରତା ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ ।

Leave A Reply

Your email address will not be published.