ରାଗରେ ସ୍ୱାମୀ ଉପରେ କିରୋସିନ ଢାଳି ନିଆଁ ମାରିଦେଲା ସ୍ତ୍ରୀ, ଅବସ୍ଥା ଗୁରୁତର

ପାରିବାରିକ ଅସନ୍ତୋଷରୁ ସ୍ୱାମୀ ଉପରେ ସ୍ତ୍ରୀ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ । ଘରେ ପୋଡ଼ି ହୋଇ ସ୍ୱାମୀ ଗୁରୁତର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଘଟିଛି ଘଟଣା । ଗୁରୁତର ଜଣକ ଅବସରପ୍ରାପ୍ତ ବନ କର୍ମଚାରୀ ପ୍ରଫୁଲ୍ଲ କୁମାର ସାବତ ।

ଭଞ୍ଜନଗର (କେନ୍ୟୁଜ): ପାରିବାରିକ ଅସନ୍ତୋଷରୁ ସ୍ୱାମୀ ଉପରେ ସ୍ତ୍ରୀ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ । ଘରେ ପୋଡ଼ି ହୋଇ ସ୍ୱାମୀ ଗୁରୁତର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଘଟିଛି ଘଟଣା । ଗୁରୁତର ଜଣକ ଅବସରପ୍ରାପ୍ତ ବନ କର୍ମଚାରୀ ପ୍ରଫୁଲ୍ଲ କୁମାର ସାବତ । ନିଜ ଘରେ ସ୍ୱାମୀ ଓ ସ୍ତ୍ରୀ ଥିବା ବେଳେ ଦେହରେ ନିଆଁ ଲାଗି ଜଳୁଥିବା ଅବସ୍ଥାରେ ପ୍ରଫୁଲ ଘର ବାହାରକୁ ଦୌଡ଼ି ଆସିଥିଲେ।

ସ୍ଥାନୀୟ ଲୋକେ ତାଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବା ସହ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ଦେହରେ କିଭଳି ଓ କେଉଁ ଅବସ୍ଥାରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି । ଭଂଜନଗର ଥାନା ପୋଲିସ୍‌ ସ୍ତ୍ରୀକୁ ଅଟକ ରଖି ପଚରା ଉଚରା କରୁଛି।

Leave A Reply

Your email address will not be published.