ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଜଣେ ଡାଏ ହାର୍ଡ ଫ୍ଯାନ୍ ସେୟାର କଲେ ଭିଡିଓ, କହିଲେ ‘ଏଇ ଜୀବନକୁ ମୁଁ ଜିତିଗଲି’
ଆମେ ସଭିଏଁ ନିଜ ପ୍ରିୟ ସେଲିବ୍ରିଟିଙ୍କ ଫଟୋ କିମ୍ବା ଭିଡିଓରେ କମେଣ୍ଟ ଦେଇଥାଉ । ଆଉ ପ୍ରତିବଦଳରେ ତାଙ୍କ ଠାରୁ ଏକ ଉତ୍ତର ପାଇବାକୁ ଚାହିଁଥାଉ। ସେହିପରି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଜଣେ ଡାଏ ହାର୍ଡ ଫ୍ଯାନ୍ ଯିଏ । ୪ରୁ୫ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଅନୁକରଣ କରିବା ପରେ ଶେଷରେ ଶ୍ରଦ୍ଧାଙ୍କ ଠାରୁ ଉତ୍ତର ପାଇଛନ୍ତି ।

ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଜଣେ ଜଣେ ଡାଏ ହାର୍ଡ ଫ୍ଯାନ୍। ଯିଏ ଏବେ ନିଜ ଖୁସିକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଆମେ ସଭିଏଁ ନିଜ ପ୍ରିୟ ସେଲିବ୍ରିଟିଙ୍କ ଫଟୋ କିମ୍ବା ଭିଡିଓରେ କମେଣ୍ଟ ଦେଇଥାଉ। ଆଉ ପ୍ରତିବଦଳରେ ତାଙ୍କ ଠାରୁ ଏକ ଉତ୍ତର ପାଇବାକୁ ଚାହିଁଥାଉ। ସେମିତି ଏହି ପ୍ରଶଂସକ ଜଣକ ନିଜ ପ୍ରିୟ ଅଭିନେତ୍ରୀଙ୍କ ଠାରୁ ପ୍ରତି ଉତ୍ତର ପାଇବା ପରେ, ସେହି ଖୁସିର ମୁହୂର୍ତ୍ତକୁ ଅନୁଭବ କରି ନିଜକୁ ଭାଗ୍ୟବାନ୍ ମନେ କରିଛନ୍ତି।
ଉତ୍ସାହିତ ପ୍ରଶଂସକ ଜଣକ ତାଙ୍କ ଇନଷ୍ଟାଗ୍ରାମ ପେଜ୍ କୁ ଯାଇ ତାଙ୍କ ଖୁସି ବାଣ୍ଟିବା ସହ ଘଟଣା ଏବଂ ଶ୍ରଦ୍ଧାଙ୍କ ଉତ୍ତରକୁ ସମସ୍ତଙ୍କୁ ଶୁଣାଇ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏହି ଭିଡିଓ ସେୟାର କରି ଇନଷ୍ଟାଗ୍ରାମ ବ୍ୟବହାରକାରୀ ଜଣକ କହିଛନ୍ତି, “ ସୁନ୍ଦରୀ ଶ୍ରଦ୍ଧା କପୁରଙ୍କ ଫଟୋ ଉପରେ କମେଣ୍ଟ ଦେବା ଏବଂ ତାଙ୍କୁ ୪ରୁ୫ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଅନୁକରଣ କରିବା ପରେ ସେ ଶେଷରେ ମତେ ଦୁଇ ଦୁଇ ଥର ଉତ୍ତର ଦେଇଛନ୍ତି।
ଏହି ଖୁସିର ମୁହୂର୍ତ୍ତକୁ ଅନୁଭବ କରି ମୁଁ ମୋର ଇନଷ୍ଟା ଆଇଡି ନାମ ମଧ୍ଯ ପରିବର୍ତ୍ତନ କରିସାରିଛି। ଏହାସହ ସେ କହିଛନ୍ତି ଶାହରୁଖ ଖାନ୍ ଠିକ୍ କହିଛନ୍ତି, “ଅଗର କିସି ଚିଜ୍ କୋ ଶିଦତ ସେ ଚାହୋ, ତୋ କଭି ନା କଭି ଓ୍ୱ ତୁମହେ ଜରୁର ମିଲହିଜାତାହେ..। ଏହାସହିତ ସେ ତାଙ୍କ କ୍ୟାପସନରେ ଶ୍ରଦ୍ଧା କପୁରଙ୍କୁ ଧନ୍ୟବାଦ ଜଣାଇବା ସହିତ , ସେ ତାଙ୍କର ଏଇ ଜୀବନକୁ ଜିତିଯାଇଥିବା କଥା କହିଛନ୍ତି।
View this post on Instagram
ଏହାସହ ସେ ଲେଖିଛନ୍ତି “ମେରା ଦିନ୍, ମହିନା, ସାଲ୍ ସବ୍ ବନ୍ ଗୟା… ଆଶିକି ୨ ଆସିବା ପରଠାରୁ ତାଙ୍କର ସେଲିବ୍ରିଟି କ୍ରସ୍ କେବେ ପରିବର୍ତ୍ତନ ହୋଇନି, ଏବଂ ଶେଷରେ ସେ ଉତ୍ତର ପାଇଯାଇଛନ୍ତି ବୋଲି କହିଥିଲେ। ଏହାସହ ସେ ବହୁତ ଖୁସି, ତାଙ୍କ ସାଙ୍ଗମାନେ ବି ତାଙ୍କ ପାଇଁ ବହୁତ ଖୁସି ବୋଲି କହିଥିଲେ। ତେବେ ଏହି ଭିଡିଓଟି ସେୟାର୍ ହେବା ପରଠାରୁ, ଏହାକୁ ୧.୭ଲକ୍ଷରୁ ଅଧିକ ଭ୍ୟୁ ଏବଂ ପ୍ରାୟ ୩୨,୨୫୨ରୁ ଅଧିକ ଲାଇକ୍ ପାଇସାରିଛି।
ଏହି ଭିଡିଓରେ ଅନେକ ବ୍ୟବହାରକାରୀ ନିଜର ମନ୍ତନ୍ଯ ଦେଇଛନ୍ତି। ଜଣେ ଲେଖିଛନ୍ତି “ଶାହରୁଖ ଖାନ ସାର୍ ଦେଖନ୍ତୁ, ମତେ ବି ଉତ୍ତର ଦିଅନ୍ତୁ, ”ଜଣେ SRK ପ୍ରଶଂସକ ଏହି ମନ୍ତବ୍ୟ ଦେଇଛନ୍ତି। ଦ୍ୱିତୀୟ ଉପଭୋକ୍ତା ଲେଖିଛନ୍ତି, “ଆପଣଙ୍କ ଜୀବନର ଲକ୍ଷ ପୁରା ହେଇଗଲା। ଭଗବାନ୍ ଆପଣଙ୍କୁ ଖୁସିରେ ରଖନ୍ତୁ।