Below header

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପରେ ନୀତୀଶ କୁମାର କଲେ ମନ୍ତ୍ରୀମଣ୍ଡଳ ଗଠନ, ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରୀ ପଦ

ପାଟ୍‌ନା : ବିହାରରେ ନବ ଗଠିତ ନୀତୀଶ କୁମାରଙ୍କ ଆଜି ପ୍ରଥମ କ୍ୟାବିନେଟ୍‌ ବୈଠକ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ
ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି । ଜାଣନ୍ତୁ କେଉଁ ବିଭାଗ ପାଇଲେ କେଉଁ ମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ଗୃହ, ସାଧାରଣ ପ୍ରଶାସନ, କ୍ୟାବିନେଟ୍, ଭିଜିଲାନ୍ସ, ନିର୍ବାଚନ ଏବଂ ଅନ୍ୟ ସମସ୍ତ ବିଭାଗ, ଯାହା କୌଣସି ମନ୍ତ୍ରୀଙ୍କୁ ବଣ୍ଟନ କରାଯାଇ ନାହିଁ ।

ତାରକିଶୋର ପ୍ରସାଦ ସିଂ: ଅର୍ଥ, ବାଣିଜ୍ୟିକ କର, ପରିବେଶ ଏବଂ ଜଙ୍ଗଲ, ସୂଚନା ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟାୟ ପରିଚାଳନା, ସହରୀ ବିକାଶ ।

ରେଣୁ ଦେବୀ – ପଞ୍ଚାୟତିରାଜ, ପଛୁଆ ଜାତିର ଉନ୍ନତି ଏବଂ ଇବିସି କଲ୍ୟାଣ, ଶିଳ୍ପ ।

ବିଜୟ ଚୌଧୁରୀ – ଗ୍ରାମୀଣ ଇଞ୍ଜିନିୟରିଂ , ଗ୍ରାମ୍ୟ ଉନ୍ନୟନ , ଜଳ ସମ୍ପଦ, ସୂଚନା ଏବଂ ପ୍ରସାରଣ, ସଂସଦୀୟ କାର୍ଯ୍ୟ ।

ବିଜେନ୍ଦ୍ର ଯାଦବ – ଶକ୍ତି, ଯୋଜନା, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର।

ମେୱା ଲାଲ ଚୌଧୁରୀ – ଶିକ୍ଷା।

ଶିଲା କୁମାରୀ – ପରିବହନ।

ସନ୍ତୋଷ ମାଞ୍ଜୀ – କ୍ଷୁଦ୍ର ଜଳସେଚନ, ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି କଲ୍ୟାଣ।

ମୁକେଶ ସାହନୀ – ପଶୁପାଳନ ଏବଂ ମତ୍ସ୍ୟଚାଷ।

ମଙ୍ଗଲ ପାଣ୍ଡେ – ସ୍ୱାସ୍ଥ୍ୟ, ସଡକ ଏବଂ କଳା ଓ ସଂସ୍କୃତି।

ଅମରେନ୍ଦ୍ର ସିଂ – କୃଷି, ସମବାୟ ସମିତି।

ରାମପ୍ରୀତ୍ ସିଂ -ଜନ ସ୍ୱାସ୍ଥ୍ୟ

ଜୀବେଶ କୁମାର– ପର୍ଯ୍ୟଟନ, ଶ୍ରମ ଓ ଖଣି

ରାମ ସୂରତ– ରାଜସ୍ୱ ଓ ଆଇନ
 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.