ରାମାୟଣ ଓ ମହାଭାରତ ଶୁଣି ଶୁଣି ବଡ଼ ହୋଇଛନ୍ତି ବାରାକ୍‌ ଓବାମା, ନିଜ ପୁସ୍ତକରେ ଲେଖିଛନ୍ତି ଏହି ମହାକାବ୍ୟ କଥା

ପିଲାଦିନେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣି ଶୁଣି ବଡ଼ ହୋଇଛନ୍ତି ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ଓବାମା କହିଛନ୍ତି ପିଲାବେଳେ ସେ ଇଣ୍ଡୋନେସିଆରେ ଥିବା ବେଳେ ଏହି ମହାକାବ୍ୟ ଶୁଣୁଥିଲେ। ଏଣୁ ତାଙ୍କ ମନରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓବାମା ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ ନାମକ ନିଜ ପୁସ୍ତକରେ ଭାରତ ପ୍ରତି ଆକର୍ଷଣ କଥା ଲେଖିଛନ୍ତି।

ସେ ଲେଖିଛନ୍ତି ହୋଇପାରେ ଭାରତର ଆକାର ତା’ପ୍ରତି ଆକର୍ଷିତ କରୁଛି। ଏଠାରେ ଦୁନିଆର ଜନସଂଖ୍ୟାର ଛଅ ପ୍ରତିଶତ ଲୋକ ରହୁଛନ୍ତି। ଏଠାରେ ପ୍ରାୟ ୨୦୦୦ ବିଭିନ୍ନ ସମୁଦାୟ ରହୁଛନ୍ତି ଓ ଏଠାରେ ୭୦୦୦ରୁ ଅଧିକ ଭାଷା କୁହାଯାଏ। ଓବାମା କହିଛନ୍ତି ଯେ ୨୦୧୦ରେ ରାଷ୍ଟ୍ରପତି ଥିବା ବେଳେ ସେ ଭାରତ ଗସ୍ତ କରିଥିଲେ। ଏହା ପୂର୍ବରୁ ସେ କେବେ ବି ଭାରତ ଆସିନଥିଲେ। ତାଙ୍କ ମନରେ ଭାରତ ପ୍ରତି ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି ଓବାମା।

obama

ଓବାମା କହିଛନ୍ତି ଏହାର ଆଉ ଏକ କାରଣ ହେଉଛି ମୁଁ ପୂର୍ବ ଭାରତର ଧର୍ମ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଥିଲି। ଏଣୁ ଇଣ୍ଡୋନେସିଆର କେତେକ ସ୍ଥାନରେ ମୁଁ ରାମାୟଣ ଓ ମହାଭାରତ ଶୁଣି ବଡ଼ ହୋଇଛି। କଲେଜରେ ମୋର ପାକିସ୍ତାନୀ ଓ ଭାରତୀୟ ବନ୍ଧୁ ଥିଲେ, ସେମାନେ ମୋତେ ଡାଲି ଓ କିମା ତିଆରି କରିବା ଶିଖାଇଥିଲେ ଓ ବଲିଉଡ୍‌ ଫିଲ୍ମ ମଧ୍ୟ ଦେଖାଇଥିଲେ।
ପ୍ରକାଶ ଯେ ଓବାମାଙ୍କ ଲିଖିତ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ ପୁସ୍ତକର ଦ୍ୱିତୀୟ ଭାଗ ମଧ୍ୟ ଖୁବ୍‌ଶୀଘ୍ର ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.