ପୋଷ୍ଟ ଅଫିସର ଏହି ସ୍କିମରେ FD ଠାରୁ ବି ଅଧିକ ମିଳିବ ସୁଧ, କିଛି ମାସରେ ଟଙ୍କା ହୋଇଯିବ ଡବଲ

ନିବେଶ ପାଇଁ ଅଧିକାଂଶ ଲୋକ ଏମିତି ପଲିସିକୁ ପସନ୍ଦ କରନ୍ତି, ଯେଉଁଥିରେ ଗ୍ୟାରେଣ୍ଟୀ ସହିତ ଲାଭ ଥାଏ। ଆଉ ଏଥିପାଇଁ ଆପଣଙ୍କ ପାଇଁ ପୋଷ୍ଟ ଅଫିସର ଏହି ସ୍କିମ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହି ସ୍ମିରେ ଟଙ୍କା ସୁରକ୍ଷିତ ରହିବା ସହିତ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ। ଯଦି ଆପଣ ମଧ୍ୟ ନିଜ ଟଙ୍କାକୁ ଇନଭେଷ୍ଟ କରିବାକୁ ଭାବୁଛନ୍ତି, ତାହେଲେ ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ ଆପଣଙ୍କ ପାଇଁ ଏକଦମ୍‌ ବେଷ୍ଟ ହେବ। ଏଥିରେ ଆପଣଙ୍କୁ ଏଫଡି ମୁକାବିଲାରେ ରିଟର୍ଣ୍ଣ ଅଧିକ ମିଳିବ। ଏଥିରେ ୫ ବର୍ଷ ଭିତରେ ଆପଣଙ୍କୁ ପ୍ରାୟ ଅଢ଼େଇ ଲକ୍ଷ ପଯ୍ୟର୍ନ୍ତ ଲାଭ ମିଳିପାରେ। ତାହେଲେ ଆସନ୍ତୁ ଜାଣିବା କଣ ଏହି ଯୋଜନା ଏବଂ ଏଥିରେ କେମିତି କରିବେ ନିବେଶ।

କଣ ଏହି ଟାଇମ ଡିପୋଜିଟ୍‌ ସ୍କିମ

ପୋଷ୍ଟ ଅଫିସ ପକ୍ଷରୁ ସଞ୍ଚାଳିତ ଏହି ସ୍କିମରେ ଆପଣଙ୍କୁ ବ୍ୟାଙ୍କ ଏଫଡିରୁ ବି ଅଧିକ ସୁଧ ମିଳିଥାଏ। ଏଥିରେ ଆପଣ ୧ ବର୍ଷ, ୨ ବର୍ଷ ଏବଂ ୫ ବର୍ଷ ପାଇଁ ନିବେଶ କରିପାରିବେ। ଯଦି ଆପଣ ଟାଇମ ଡିପୋଜିଟ ସ୍କିମରେ ୫ ବର୍ଷ ଅବଧି ପାଇଁ ନିବେଶ କରୁଛନ୍ତି ତାହେଲେ ସେଥିରେ ଆପଣଙ୍କୁ ୨.୨୫ ଲକ୍ଷ ଟଙ୍କା ଲାଭ ମିଳିବ। ଏଥିରେ ବର୍ତ୍ତମାନର ୭.୭ ପ୍ରତିଶତ ବାର୍ଷିକ ଦରରେ କମ୍ପାଉଣ୍ଡିଙ୍ଗ ଇଣ୍ଟରେଷ୍ଟ ଯୋଡିଥାଏ। ଏହାକୁ ୧୦୦୦ ଟଙ୍କା ମିନିମମ୍‌ ଆମାଉଣ୍ଟରେ ଖୋଲିପାରିବେ। ସେହିପରି ଅଧିକତମ ରାଶିର କୌଣସି ସୀମା ନାହିଁ।

money-habitsସ୍କିମ ବିଷୟରେ ଜାଣନ୍ତୁ ଅଧିକ କିଛି

ଯଦି ନିବେଶକ ଏଥିରେ ୫ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ଲାଗିଥାଏ ଏବଂ ଏହାଉପରେ ୭.୭ ପ୍ରତିଶତ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଯୋଡିଯାଏ, ତାହେଲେ ମୋଟ ମ୍ୟାଚୁରିଟୀ ଆପଣଙ୍କୁ ୭,୨୪,୫୧୭ ଟଙ୍କା ମିଳିବ। ସେହିପରି ଯଦି ଆପଣ ଏହି ଯୋଜାନାକୁ ୩ ବର୍ଷ ପାଇଁ ନେଉଛନ୍ତି ତାହେଲେ ମ୍ୟାଚୁରିଟୀ ଆମାଉଣ୍ଟ ୬.୧୦ ଲକ୍ଷ ହେବ ଏବଂ ୨ ବର୍ଷ ଜମା କରିବାରେ ୫,୭୧,୩୮୧ ଟଙ୍କା, ସେହିପରି ୧ ବର୍ଷ ଜମା ହେବା ପରେ ମ୍ୟାଚୁରିଟୀ ଆମାଉଣ୍ଟ ୫,୩୪,୫୦୦ ଟଙ୍କା ମିଳିବ। ଏଥିରେ ଅଧିକ ଆମାଉଣ୍ଟ ନିବେଶ କରିବା ଦ୍ୱାରା ଆପଣଙ୍କ ରାଶି ଡବଲ ବି ହୋଇପାରେ।

ଯୋଜନା ସହ ଜଡିତ କିଛି ଶର୍ତ୍ତ ଜାଣନ୍ତୁ

  • ଏହି ସ୍କିମରେ ୧୦୦ ପ୍ରତିଶତ ନିବେଶ କରି ସୁରକ୍ଷା ଗ୍ୟାରେଣ୍ଟୀ ମିଳିଥାଏ।
  • ଏହି ଆକାଉଣ୍ଟ ସିଙ୍ଗଲ ଏବଂ ଜଏଣ୍ଟ ଉଭୟ ତରିକାରେ ଖୋଲିପାରିବେ। ଯଦି ପିଲାଙ୍କ ନାମରେ ଆକାଉଣ୍ଟ ଖୋଲୁଛନ୍ତି ତ ଅଭିଭାବକ ଏହାକୁ କରିପାରିବେ।
  • ଯଦି କୌଣସି ଏମରଜେନ୍ସୀ ଥାଏ ତାହେଲେ ଆପଣ ମ୍ୟାଚୁରିଟୀ ପୂର୍ବରୁ ପ୍ରଥମ ରାଶି ଫେରସ୍ତ ନେଇପାରିବେ। କିନ୍ତୁ ଏହି ଆକାଉଣ୍ଟ ୬ ମାସ ପୂରା ହେବା ଉଚିତ।
  • ସ୍କିମରେ ୫ ବର୍ଷ ପାଇଁ କରାଯାଇଥିବା ନିବେଶରେ ଇନକମ୍‌ ଟ୍ୟାକ୍ସ ଆକ୍ଟ ୧୯୬୧ ଧାରା ୮୦ସି ଅନୁଯାୟୀ ରିହାତି ବି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.