Below header

ରାତିରେ ଶୋଇବା ବେଳେ ଭୟାନକ ସ୍ୱପ୍ନ ଦେଖୁଥିଲେ ଏବେ ଆପ୍‌ଲ ଓ୍ଵାଚ୍‌ କରିବ ଆପଣଙ୍କୁ ସାହାଯ୍ୟ, ଜାଣନ୍ତୁ କେମିତି

ରାତିରେ ଶୋଇବା ବେଳେ ଯଦି ଆପଣ ଭୟାନକ କିମ୍ବା ଭୂତ ସ୍ୱପ୍ନ ଦେଖୁଛନ୍ତି ଓ ଏହି ସମସ୍ୟାକୁ ଦୂର କରିବାରେ ବିଫଳ ହୋଇଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଆପଲ ଏକ ନୂଆ ଟେକ୍ନୋଲୋଜି ଲଞ୍ଚ୍‌ କରିଛି ଯାହାକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟେସନ୍‌ ଗ୍ରୀନ୍‌ ସିଗନାଲ ଦେଖାଇଛନ୍ତି। ଏହି ଆପ୍‌ର ନାଁ ରହିଛି ନାଇଟ୍ ୱେୟାର। ଏହା ଆପଲ ଓ୍ଵାଚ୍‌ରେ କାମ କରିବ। ଏହି ଆପ୍‌କୁ ରାତିରେ ଭୟାନକ ସ୍ୱପ୍ନ ଦେଖୁଥିବା ୨୨ ବର୍ଷରୁ ବଡ଼ ବୟସ୍କ ଲୋକମାନେ ବ୍ୟବହାର କରିବେ।

 

ଏଭଳି କାମ କରେ ନାଇଟ୍ ୱେୟାର ଆପ୍‌:

ଏହି ଆପ୍‌ ଶୋଇବା ସମୟରେ ଆପଣଙ୍କ ହୃଦ୍‌ସ୍ପନ୍ଦନକୁ ମନିଟର କରିଥାଏ ଓ ପରେ ଏହାକୁ ଆନାଲାଇଜ୍‌ କରି ଏକ ରିପୋର୍ଟ ପ୍ରସ୍ତୁତ କରେ। ନାଇଟ୍ ୱେୟାର ଆପ୍‌ ଏକାଠି କରିଥିବା ସବୁ ଡାଟା ଆଧାରରେ ୟୁଜରଙ୍କ ପାଇଁ ୟୁନିକ ସ୍ଲିପ୍‌ ପ୍ରୋଫାଇଲ ତିଆରି କରିଥାଏ।
ଏହା ପରେ ହୃଦସ୍ପନ୍ଦନ ଓ ଶରୀରର ମୁଭମେଣ୍ଟ ଆଧାରରେ ଆପଲ ଓ୍ଵାଚ୍‌ ଜାଣିପାରେ ଯେ ୟୁଜର ସ୍ୱପ୍ନ ଦେଖୁଛନ୍ତି। ଏହା ପରେ ଓ୍ଵାଚ୍‌ ଭାଇବ୍ରେସନ୍‌ ଆଲର୍ଟ ଦେଇଥାଏ, ଫଳରେ ସ୍ୱପ୍ନ ଭାଙ୍ଗିଯାଏ। କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଶୋଇବା ସମୟରେ ଆପଲ ଓ୍ଵାଚ୍‌ ପିନ୍ଧିବା ଆବଶ୍ୟକ। ଏଫ୍‌ଡିଏର କହିବାନୁସାରେ ନାଇଟ୍ ୱେୟାରକୁ କେବଳ ପ୍ରେସକ୍ରିପସନ୍‌ ଆଧାରରେ ହିଁ ଉପଲବ୍ଧ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.