ଟଙ୍କା ଆତ୍ମସାତ କରି ଗିରଫ ହେଲେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିଶ୍ୱେଶ୍ୱର ଗିରି

ମୟୁରଭଞ୍ଜ (କେନ୍ୟୁଜ ବ୍ୟୁରୋ) : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା ବିଶ୍ୱେଶ୍ୱର ଗିରିଙ୍କୁ ଗିରଫ କଲା ରରୁଆଁ ପୋଲିସ । ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପରେ ଗିରଫ କୋଲା ରରୁଆଁ ପୋଲିସ । ପ୍ରାୟ ୫ ଲକ୍ଷ ୫୪ ହଜାର ସରକାରୀ ଟଙ୍କା ହେରାଫେରି କରିଥିବା ନେଇ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ କରିଥିଲେ ରରୁଆଁ ତହସିଲଦାର ।

ବିଶ୍ୱେଶ୍ୱର ଗିରି ପୂର୍ବରୁ ରରୁଆଁ ତହସିଲରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ସେହି ସମୟରେ ଏପରି ଅର୍ଥ ଆତ୍ମସାତ କରିଥିବାର ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ ଗତ ୩୦ ତାରିଖରେ ରରୁଆଁ ଥାନାର ତହସିଲଦାର ଲିଖିତ ଅଭିଯୋଗ ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିବ ପୋଲିସ । ତହସିଲଦାରଙ୍କ ଅଭିଯୋଗ କ୍ରମେ କେଶ ନମ୍ବର ୮୯ରେ ଏକ ମାମଲା ରୁଜୁ ହେବା ସହିତ ୪୦୯ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କରିବ ରରୁଆଁ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.