ଗୃହ ମନ୍ତ୍ରୀ : ଖୁବ୍‌ ଶୀଘ୍ର ଆସିବ ଲଭ୍‌ ଜିହାଦ ବିଲ୍‌, ଉଲଂଘନକାରୀଙ୍କୁ ୫ ବର୍ଷ ଜେଲ୍‌

ଭୋପାଳ : ମଧ୍ୟପ୍ରଦେଶ ବିଧାନ ସଭାରେ ଖୁବ୍‌ ଶୀଘ୍ର ଆସିବ ଲଭ୍‌ ଜିହାଦ ବିଲ୍‌ । ଏମିତି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର । ଏହାର ନିୟମ ଉଲଂଘନ କଲେ ମିଳିବ ୫ ବର୍ଷ ଜେଲ୍‌ ଦଣ୍ଡ । ଏହାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଧରିବା ସହ ଜାମିନ ବିହୀନ(ନନ୍‌-ବେଲେବଲ୍‌) ଦଫା ଲଗାଯିବ ବୋଲି ଗୃହ ମନ୍ତ୍ରୀ କହିଛନ୍ତି ।

love-jihad-1.jpg-0

ବିବାହ ଜୋର ଜବରଦସ୍ତ କିମ୍ବା କାହାକୁ ଧାର୍ମିକ ଆଧାରରେ ପ୍ରଲୋଭିତ ଓ ଠକେଇ କରି କରାଯାଉଛି କି ନାହିଁ ଏକ ଘୋଷଣାପତ୍ରର ବ୍ୟବସ୍ଥା ରହିବ । ଯଦି ଏପରି ହୋଇଥାଏ, ତାହାଲେ ବିବାହକୁ ଅବୈଧ ଘୋଷଣା କରାଯିବ । ଖାଲି ସେତିକି ନୁହେଁ ଏପରି ବିବାହରେ ସହାୟତା କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଅପରାଧୀ ଭାବେ ଧରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏଥିପାଇଁ ଆଇନରେ ଅନ୍ୟ ଏକ ବ୍ୟବସ୍ଥା ମଧ୍ୟ ରହିବ ଯେଉଁଥିରେ ଯଦି କେହି ଧର୍ମ ବାହାରେ ବିବାହ କରିବାକୁ ଚାହାଁନ୍ତି । ତେବେ ମାସକ ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ୱାରା ଏହାର ନୋଟିଫିକେସନ୍‌ କରାଯିବ । ଯଦିଓ ସମ୍ବିଧାନର ଆର୍ଟିକିଲ୍‌ ୨୧ ଅନୁସାରେ ବିବାହ ନିଜ ଇଚ୍ଛାରେ କରିବାର ପ୍ରାବଧାନ ରହିଛି । ତେବେ କୈାଣସି ପରିସ୍ଥିତିରେ ଲଭ୍‌ ‘ଜିହାଦ’ କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ବିଜେପି ଶାସିତ ହରିୟାନା ଓ ଉତ୍ତରପ୍ରଦେଶ ସରକାର ପୂର୍ବରୁ ଲଭ୍‌ ଜିହାଦ ବିରୋଧରେ ବ୍ୟବସ୍ଥା ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.