ଅଣ୍ଡା ନିଅ, ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ, ଅଭିନବ ଢଙ୍ଗରେ ବିକ୍ଷୋଭ କଲେ ଛାତ୍ରଛାତ୍ରୀ

କେନ୍ଦ୍ରପଡା (କେନ୍ୟୁଜ ବ୍ୟୁରୋ) : ବନ୍ଦ ବିରୋଧରେ ବିକ୍ଷୋଭ । ଅଣ୍ଡା ନିଅ, ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ । ବିଦ୍ୟାଳୟ ବନ୍ଦ ହେବା ପରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି କେନ୍ଦ୍ରପଡା ଓଟାର ବାଙ୍କ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ । ୪୦ ରୁ କମ୍‌ ଉପସ୍ଥାନ ଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ଅନୁଯାୟୀ କେନ୍ଦ୍ରପଡାର ପ୍ରାୟ ୩୦୦ ରୁ ଅଧିକ ବିଦ୍ୟାଳୟ ବନ୍ଦ ହେଉଛି । ଯାହାକୁ ପ୍ରତିବାଦ କରି ଏପରି ଢଙ୍ଗରେ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.