ଯେଉଁ କୋକିନ୍ ରଖିବାରେ ଯୁବକଙ୍କୁ ମିଳିଥିଲା ୧୫ ବର୍ଷ ଜେଲ୍ ଦଣ୍ଡ, ଲ୍ୟାବ୍ ରିପୋର୍ଟରେ ବାହାରିଲା ଏହି ଅଦ୍ଭୁତ ଜିନିଷ

ଆମେରିକାର ଜଣେ ବ୍ୟକ୍ତିଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯାହାଫଳରେ ସେ ୧୫ ବର୍ଷ ଜେଲ୍ ଦଣ୍ଡ ପାଇବାରୁ ବର୍ତ୍ତିଯାଇଛନ୍ତି। ଏଠାରେ ଜଣେ ବାସହୀନ ବ୍ୟକ୍ତିଙ୍କୁ କୋର୍ଟ ଗତ ସପ୍ତାହରେ କୋକିନ୍ ରଖିବା ଅଭିଯୋଗରେ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ ତାଙ୍କଠାରୁ ଜବତ ହୋଇଥିବା ଉକ୍ତ କୋକିନ୍ ଲ୍ୟାବ୍ ରିପୋର୍ଟରେ ମିଲ୍କ ପାଉଡର ବାହାରିଥିଲା। ଆଉ ଏଥିପାଇଁ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।
୨୬ ବର୍ଷୀୟ ଯୁବକ କାଣ୍ଡି ଗ୍ରେଗ୍ଙ୍କର କୌଣସି ଘରଦ୍ୱାର ନ ଥିଲା। ସେ ବାସହୀନ ଜୀବନ ବିତାଉଥିଲେ। ସ୍ଥାନୀୟ ଏକ ମିଡିଆ ରିପୋର୍ଟ ଅନୁସାରେ, ତାଙ୍କୁ ଅଗଷ୍ଟ ମାସରେ ଗିରଫ କରାଯାଇଥିଲା। ଗତ ସପ୍ତାହରେ କୋର୍ଟ ତାଙ୍କୁ ଦଣ୍ଡାଦେଶ ଦେଇଥିଲେ। କୋର୍ଟ ରେକର୍ଡ ମୁତାବକ, ଗ୍ରେଗ୍ଙ୍କ ଉପରେ ଡ୍ରଗ୍ସ ଚୋରା କାରବାର ନେଇ ଅଭିଯୋଗ ରହିଥିଲା। କୋକିନ୍ ବିକ୍ରି ଏବଂ ବିତରଣ କରିବା ଅଭିଯୋଗରେ ତାଙ୍କୁ ଦୋଷୀ ବୋଲି ପ୍ରମାଣିତ କରାଯାଇଥିଲା। ଏହାପରେ ତାଙ୍କୁ ଜେଲ ପଠାଯାଇଥିଲା।
ଏହାସହ ପଢ଼ନ୍ତୁ: ବେକକୁ ଚାପି ଧରିଥିଲା ୧୦ ଫୁଟର ଅଜଗର, ଛଟପଟ ହେଉଥିଲେ ବୃଦ୍ଧ, ଏହାପରେ କ’ଣ ହେଲା ଦେଖନ୍ତୁ ଭିଡିଓ
ତେବେ ସେ ଗିରଫ ହେବା ପରେ ଲ୍ୟାବ୍ ରିପୋର୍ଟ ସାମ୍ନାକୁ ଆସିଥିଲା। ଗ୍ରେଗ୍ଙ୍କଠାରୁ ଜବତ ହୋଇଥିବା କୋକିନ୍କୁ ଯାଞ୍ଚ କରାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ ତାହା ମିଲ୍କ ପାଉଡର ବୋଲି ଜଣାପଡ଼ିଥିଲା। ରିପୋର୍ଟ ସାମ୍ନାକୁ ଆସିବା ପରେ କୋର୍ଟ ଗ୍ରେଗ୍ଙ୍କୁ ଜେଲ୍ରୁ ମୁକ୍ତ କରିଛନ୍ତି।