କଳା ତାଲିକାଭୁକ୍ତ ହେବାରୁ ଅଳ୍ପକେ ବର୍ତ୍ତିଲା ପାକିସ୍ତାନ

କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତିଲା ପାକିସ୍ତାନ । ଚେତାବନୀ ସହ ସୁଧାର ପାଇଁ ଏଫଟିଏଫ ଦେଲା ୪ ମାସର ସମୟ । ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ଟେରର ଫଣ୍ଡିଂକୁ ନେଇ ବର୍ତ୍ତମାନ ପାକିସ୍ତାନ କଳା ତାଲିକାଭୁକ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ପ୍ୟାରିସରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକିସ୍ତାନକୁ କଡ଼ା ତାଗିଦ୍‌ ଦିଆଯାଇ  ୨୦୨୦ ମସିହା ଫେବୃଆରୀ ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ପାକିସ୍ତାନକୁ ଏବେ ଧୂସର ତାଲିକା ବା ଗ୍ରେ ଲିଷ୍ଟରେ ରଖାଯାଇଛି । ଯଦି ନିର୍ଦ୍ଧାରିତ ସମୟସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ରୋକିବାରେ ବିଫଳ ହୁଏ ତେବେ ଏଫଟିଏଫ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପାକିସ୍ତାନ ସହ କୌଣସି ବିତ୍ତୀୟ ନେଣଦେଣ ଓ ବ୍ୟବସାୟ ଉପରେ ନଜର ରଖିବାକୁ ଅନ୍ୟ ସଦସ୍ୟ ଦେଶମାନଙ୍କୁ କୁହାଯାଇଛି । ଚୀନ ମାଲେସିଆ ଓ ତୁର୍କୀର ସମର୍ଥନ କାରଣରୁ କଳା ତାଲିକାଭୁକ୍ତ ହେବାରୁ ବଞ୍ଚି ଯାଇଛି । ହେଲେ ଏବେ ଧୂସର ତାଲିକାର ବାହାରିବା ତାପାଇଁ ମୁସକିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.