Below header

ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୮୭୨ ଛୁଇଁଲା ମୃତ୍ୟୁ ସଂଖ୍ୟା

ଦେଶରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ଦିନକୁ ଦିନ ଏହି ଭୂତାଣୁ କାୟା ମେଲାଇଥିବା ବେଳେ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୮୭୨କୁ ବୃଦ୍ଧି ପାଇଛି । ଏଥିରେ ୯୦ ହଜାର ୯୨୭ଆକ୍ରାନ୍ତ ହୋଇଛନ୍ତି । ଏକ୍ଷେତ୍ରରେ କରୋନାର ପ୍ରକୃତ ଜନ୍ମସ୍ଥାନ ଚୀନ କୁ ବି ଟପି ଯାଇଛି ଭାରତ । ଏଯାବତ ୩୪ ହଜାରରୁ ଅଧିକ ଲୋକ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ବିଭିନ୍ନ ହସ୍ପିଟାଲରେ ୫୩ ହଜାର ୯୪୬ ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ରେକର୍ଡ ୪ ହଜାର ୯୮୭ ନୂଆ ପିଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ୨୮୭୨ ଟି ମୁଣ୍ଡ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।

କରୋନା ମୃତ୍ୟୁ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର । ୧ ହଜାର ୧୩୫ ଲୋକଙ୍କ ଜୀବନ ନେଇଛି ଭୂତାଣୁ, ୩୦ ହଜାର ୭୦୬ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଯେବେକି ଗୁଜରାଟ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ମଧ୍ୟପ୍ରଦେଶରେ ୨୪୩ ଜଣଙ୍କ ମୁଣ୍ଡ ନେଇଛି କୋଭିଡ -୧୯ । କହିରଖିବା ଉଚିତ ହେବକି, ଓଡ଼ିଶାରେ ଆଜି ୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଂଚିଛି । ଯେବେକି ଏଭିତରେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.