କ୍ୱାରେଣ୍ଟିନ ସେଣ୍ଟରରେ ଥିବା ପ୍ରବାସୀ ଶ୍ରମିକଙ୍କ ଅଜବ ଦାବି, ଖାଇବି ତ ପ୍ରଥମେ ସ୍ତ୍ରୀ ହାତ ରନ୍ଧା ଖାଦ୍ୟ ଖାଇବି !

କରୋନା ସଂକ୍ରମଣ ଭିତରେ ଆପଣ ପ୍ରତିଦିନ ଲକଡାଉନ ସମୟରେ ଅନେକ ଘଟଣା ଦେଖିବାକୁ ପାଉଛନ୍ତି। ସେ ତେଣିକି ପ୍ରବାସୀ ଶ୍ରମିକଙ୍କ ପାଦରେ ଚାଲି ଚାଲି ଘର ବାହୁଡା ହେଉ କିମ୍ବା କ୍ୱାରେଣ୍ଟିନ ସେଣ୍ଟରରେ ଖାଦ୍ୟ ଫୋପାଡ଼ିବା ହେଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କ୍ୱାରେଣ୍ଟିନ ସେଣ୍ଟରରେ ଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ଅଜବ ଦାବି ବିଷୟରେ।

ଚତରା : ପଥଲଗଡା ପ୍ରଖଣ୍ଡ ସିଙ୍ଘାନି କନ୍ୟା ମଧ୍ୟ ବିଦ୍ୟାଳୟ କ୍ୱାରେଣ୍ଟିନ ସେଣ୍ଟରରେ ଥିବା ଜଣେ ପ୍ରବାସୀ ଶ୍ରମିକ ନିଜର ସ୍ତ୍ରୀ ହାତ ରନ୍ଧା ଖାଇବା ପାଇଁ ଜିଦ୍ଦି ଧରିଲେ। ଖାଲି ଏତିକି ନୁହେଁ ତିନି ଦିନ ଭୋକ ହାଡ଼ତାଳ କରି ବସି ରହିଲେ। ବହୁତ ବୁଝାଇବା ପରେ ଅଧ୍ୟ ଯୁବକ ଜଣଙ୍କ ମାନି ନଥିଲେ। ଏହି କଥା ପ୍ରଶାସନିକ ଅଧିକାରୀଙ୍କ ପାଖରେ ମଧ୍ୟ ପହଁଚିଲା। ଏହାପରେ ଭୋକ ହଡ଼ତାଳରେ ବସି ଥିବା ଯୁବକଙ୍କୁ ଗାଡ଼ିରେ ବସାଇ ତାଙ୍କ ଘରକୁ ନିଆଗଲା। ଯୁବକ ଜଣଙ୍କ ତାଙ୍କ ଘର ବାହାରେ ବସି ସ୍ତ୍ରୀ ହାତ ରନ୍ଧା ଖାଦ୍ୟ ଖାଇଲେ। ଖାଇସାରିବା ପରେ ପୋଲିସ ପୁଣି ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ପହଁଚିଲେ।

ସୂଚନା ଅନୁଯାୟୀ ଏହି ପ୍ରବାସୀ ଶ୍ରମିକ ଜଣଙ୍କ ମୁମ୍ବାଇରୁ ହଜାରୀବାଗ ଅନ୍ୟ ଶ୍ରମିକଙ୍କ ସହିତ ଟ୍ରକରେ ଅସିଥିଲେ। ଆଉ ସେଠାରୁ ସେ ଚାଲି ଚାଲି ଘରେ ପହଞ୍ଚିଥିଲେ। କିନ୍ତୁ ପଡୋଶୀ ତାଙ୍କୁ ଘରକୁ ଯିବାକୁ ବାରଣ କରିଥିଲେ ଏବଂ ଘରକୁ ଯିବାକୁ ଦେଲେନାହିଁ। ସେ ବହୁତ ଅନୁରୋଧ କଲା ଆଉ କହିଲା ସ୍ତ୍ରୀ ସହିତ କଥା ହୋଇ ଖାଦ୍ୟ ଖାଇବା ପରେ ସଂଗରୋଧ କେନ୍ଦ୍ରକୁ ଚାଲିଯିବି। କିନ୍ତୁ ତା କଥା କେହି ଶୁଣିଲେନି ଆଉ ଜବରଦସ୍ତ କ୍ୱାରେଣ୍ଟିନ ସେଣ୍ଟରକୁ ପଠାଇଦେଲେ। ସେବେ ଠାରୁ ହିଁ ସେ ପ୍ରତିଜ୍ଞା କରିଥିଲେ ଯେ ସ୍ତ୍ରୀ ହାତ ରନ୍ଧା ଖାଦ୍ୟ ଖାଇବା ପରେ ଯାଇ କ୍ୱାରେଣ୍ଟିନ ସେଣ୍ଟର ଖାଦ୍ୟ ଖାଇବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.