କରୋନା ଅପଡେଟ୍‍ : ଗୋଟିଏ ଦିନରେ ସାମ୍ନାକୁ ଆସିଲା ୪୯୮୭ ମାମଲା, ୧୨୦ ଲୋକଙ୍କ ମୃତ୍ୟୁ

କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୮୭ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୦ ଜଣଙ୍କ ପ୍ରାଣ ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

corona-12ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାରରୁ ଉର୍ଦ୍ଧ୍ୱ ହୋଇଛି । ଏମାନଙ୍କ ମଧ୍ୟରୁ ୫୩,୯୪୬ ଜଣକଙ୍କ ଚିକିତ୍ସା ଚାଲିଥିବା ବେଳେ ୩୪,୧୦୯ ଜଣ ସୁସ୍ଥ ହୋଇ ସାରିଲେଣି । ଦେଶରେ ଆଜି ସୁଦ୍ଧା କରୋନା ସଂକ୍ରମଣରେ ୨,୮୭୨ ଜଣଙ୍କର ମୃତ୍ୟୁ ଘଟିସାରିଛି । ମହାରାଷ୍ଟ୍ରରେ ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ଉର୍ଦ୍ଧ୍ୱରେ ପହଞ୍ଚିଛି। ତାମିଲନାଡୁ ଓ ଗୁଜରାଟରେ ୮ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ସେହିପରି ଦିଲ୍ଲୀରେ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.