କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱରେ କୋକୁଆ ଭୟ: ଚୀନରେ ୨୫ ଜଣଙ୍କ ମୃତ୍ୟୁ, ୮୩୦ ଆକ୍ରାନ୍ତ

କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱରେ ବର୍ତ୍ତମାନ କୋକୁଆ ଭୟ। ସେପଟେ ଏହି ଭୁତାଣୁ ସଂକ୍ରମଣରେ ବର୍ତ୍ତମାନ ଚୀନରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦ରେ ପହଞ୍ଚିଛି। ଦେଶରେ ବିମାନ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ସେପଟେ ଆଗକୁ ଛୁଟି ଦିନ ଥିବାରୁ ଅଧିକରୁ ଅଧିକ ଲୋକ ବାହାରେ ବୁଲିଲେ ଭୁତାଣୁ ଅଧିକ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଲୋକଙ୍କୁ ସହର ବାହାରକୁ ଯିବାକୁ ମନା କରିଦିଆଯାଇଛି। ଚୀନ୍‌ରେ କରୋନା ଭାଇସରକୁ ବର୍ତ୍ତମାନସୁଦ୍ଧା ସ୍ୱାସ୍ଥ୍ୟ ଜନିତ ଜରୁରୀ କାଳିନ ପରିସ୍ଥିତି ଘୋଷଣା କରିନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- WHO । ସେପଟେ ଭୁତାଣୁର ଭୟାବହତାକୁ ନଜରରେ ରଖି ଭାରତରେ ସତର୍କ ସୂଚନା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବିମାନ ବନ୍ଦର ମାନଙ୍କରେ ଚୀନ୍‌ରୁ ଆସୁଥିବା ପର୍ଯ୍ୟଟକ ଓ ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଉଛି।

Leave A Reply

Your email address will not be published.