ଫାଶୀର ଫନ୍ଦାରୁ ମୁକୁଳିବାକୁ ନିର୍ଭୟା ଦୋଷୀଙ୍କ ପକ୍ଷରୁ ଆପ୍ରାଣ ଉଦ୍ୟମ, ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପଟିଆଲା ହାଉସ କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଫାଶୀର ଫନ୍ଦାରୁ ମୁକୁଳିବାକୁ ନିର୍ଭୟାକାଣ୍ଡର ଦୋଷୀଙ୍କ ଆପ୍ରାଣ ଉଦ୍ୟମ ଜାରି। ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ସଂପର୍କିତ କାଗଜପତ୍ର ଦେଉନଥିବା ଅଭିଯୋଗ। ଏନେଇ ଦୋଷୀଙ୍କ ଓକିଲ ଏପି ସିଂହ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି। ଅନ୍ୟତମ ଦୋଷୀ ବିନୟ ଓ ଅକ୍ଷୟର ଦୟା ଓ ରାଜକ୍ଷମା ଆବେଦନ ପାଇଁ ଆବଶ୍ୟକ କାଗଜପତ୍ର ଜେଲ କର୍ତ୍ତୃପକ୍ଷ ପ୍ରଦାନ କରୁନଥିବା ସେ ଅଭିଯୋଗ କରିଛନ୍ତି। ଫାଶୀ ପାଇବାକୁ ଥିବା ବିନୟ ଓ ଅକ୍ଷୟଙ୍କୁ କ୍ଷମା ଆବେଦନରୁ ଜେଲ କର୍ତ୍ତୃପକ୍ଷ ବଞ୍ଚିତ କରିବାକୁ ଚାହୁଁଥିବା ଏପି ସିଂହ ଅଭିଯୋଗ କରିଛନ୍ତି। ଫେବୃଆରି ୧ତାରିଖରେ ନିର୍ଭୟାକାଣ୍ଡର ଦୋଷୀଙ୍କୁ ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଛି। ସକାଳ ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଡେଥ ୱାରେଣ୍ଟ ଜାରି ହେବା ପରେ ୪ଦୋଷୀଙ୍କ ଉପରେ ଜେଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଇଛନ୍ତି। ଏମାନଙ୍କ ଆଚରଣ, ଗତିବିଧିକୁ ମଧ୍ୟ ତୀକ୍ଷ୍‌ଣ ଭାବେ ନଜର ରଖାଯାଉଛି। ଜେଲ କର୍ମଚାରୀ ଓ ସୁରକ୍ଷା କର୍ମୀ ୪ ଅଭିଯୁକ୍ତଙ୍କ ଉପରେ ୨୪ଘଣ୍ଟିଆ ଦୃଷ୍ଟି ରଖିଛନ୍ତି। ବିଶେଷ କରି ବାଥ୍‌ରୁମ ଯିବା ସମୟ ଓ ରାତି ସମୟରେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି।

Leave A Reply

Your email address will not be published.