Below header

ପାକିସ୍ତାନୀ ଧର୍ମଗୁରୁଙ୍କ ଅଶାଳୀନ ବୟାନ, କହିଲେ “ବଢ଼ୁଥିବା ଅଶ୍ଳୀଳତା ଯୋଗୁ କରୋନା ବ୍ୟାପିଛି”

ପାକିସ୍ତାନର ପ୍ରମୁଖ ଧର୍ମଗୁରୁ କରୋନା ଭାଇରସ ସମ୍ପର୍କରେ ବୟାନ ଦେଇ କହିଛନ୍ତି ଯେ ଏହା ଈଶ୍ୱରଙ୍କ ପ୍ରକୋପ, ଯାହା ଅଶ୍ଳୀଳତା ଓ ନଗ୍ନତା ବଢ଼ିବା ଯୋଗୁ ଦେଖାଦେଇଛି। ଧାର୍ମିକ ନେତା ମୌଲାନା ତାରିକ ଜମିଲ କିଛି ଦିନ ତଳେ କରୋନା ମୁକାବିଲା ପାଇଁ ଚାନ୍ଦା ଆଦାୟ କରିବାକୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଉପସ୍ଥିତ ଥିଲେ। ତେବେ ମୌଲାନାଙ୍କ ଏଭଳି ମନ୍ତବ୍ୟକୁ ସବୁ ସ୍ତରରେ ନିନ୍ଦା କରାଯାଇଥିବା ଦେଖିବାକୁ ମିଳିଛି।

Maulana Tariq Jameel Tells If He Had An Arranged Or Love Marriage ...

ପାକିସ୍ତାନରେ ମୌଲାନାଙ୍କ ବହୁ ସଂଖ୍ୟାରେ ସମର୍ଥକ ରହିଛନ୍ତି। ସେ କହିଛନ୍ତି ଯେ ଅଶ୍ଳୀଳତା ଓ ନଗ୍ନତା ଯୋଗୁ ଭଗବାନ ଅସନ୍ତୋଷ ହୋଇ କରୋନା ପରିସ୍ଥିତି ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଆମ ଦେଶର ଝିଅଙ୍କ ପୋଷାକ ଛୋଟ ହୋଇ ହୋଇ ଯାଉଛି। ସେମାନେ ନୃତ୍ୟ କରୁଛନ୍ତି। ଏଣୁ ଆଲ୍ଲା ଏହି ଅଶ୍ଳୀଳତା ବିରୋଧରେ କରୋନାକୁ ଆଣିଛନ୍ତି।

कराेना व्हायरस ; 18 जानेवारीपूर्वी ...

ମୌଲାନାଙ୍କ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ଦେଶର ଅଧା ମହିଳା ବିରୋଧ କରିଥିବା ବେଳେ କରୋନା ସହ ପୋଷାକର କଣ ସମ୍ପର୍କ ବୋଲି ପ୍ରଶ୍ନ କରିଛନ୍ତି। ମୌଲାନାଙ୍କ ମନ୍ତବ୍ୟ ସମ୍ବେଦନହୀନ ଓ ଅପମାନଜନକ ବୋଲି ବିଭିନ୍ନ ସାମାଜିକ ସଂଗଠନ କହିବା ସହ ମୌଲାନାଙ୍କୁ କ୍ଷମା ମାଗିବାକୁ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.