Below header

ଫାଶୀରୁ ବର୍ତ୍ତିବାକୁ ନିର୍ଭୟା ଦୋଷୀଙ୍କ ଶେଷ ପ୍ରୟାସ ବିଫଳ, ମୁକେଶ ଓ ବିନୟଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ: ମିଳିଲାନି ସୁପ୍ରିମ ଆଶ୍ୱସ୍ତି । ଫାଶୀ ଖୁଣ୍ଟରେ ନିର୍ଭୟାର ଦୋଷୀ ଝୁଲିବା ନିଶ୍ଚିତ । ଫାଶୀ ପାଇଁ ସବୁ ରାସ୍ତା ପରିଷ୍କାର ହୋଇଛି । ଖାରଜ ହୋଇଛି ଦୁଇ ଅଭିଯୁକ୍ତ ମୁକେଶ ଓ ବିନୟ କୁମାରଙ୍କ କ୍ୟୁରେଟିଭ୍‌ ପିଟିସନ୍‌ । କ୍ୟୁରେଟିଭି ପିଟିସନ୍‌ ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ। କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହୋଇଥିବାରୁ ଆସନ୍ତା ୨୨ ତାରିଖରେ ନିର୍ଭୟାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବା ପରେ ଫାଶୀ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ କରିଥିଲେ ମୁକେଶ ଓ ବିନୟ କୁମାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.