ଭାରତୀୟ ବଜାରକୁ ଆସିଲା ସବୁଠାରୁ ଶସ୍ତା ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ‘Honor 9X’, ଜାଣନ୍ତୁ କେତେ ରହିଛି ଦାମ୍‌

ଚୀନ୍‌ ସ୍ମାର୍ଟଫୋନ୍‌ ମେକର କମ୍ପାନୀ ‘Honor’ ଭାରତରେ ନିଜର X-ସିରିଜ୍‌ର ନୂଆ ସ୍ମାର୍ଟଫୋନ୍‌ ‘Honor 9X’ ଲଞ୍ଚ୍‌ କରିଛି। ଏଥିରେ ୪୮ ମେଗାପିକ୍ସଲ ସେନ୍ସର ସହ ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ ଏବଂ ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ରହିଛି। ଏହା ସବୁଠାରୁ ଶସ୍ତା ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ସ୍ମାର୍ଟଫୋନ୍‌। ଭାରତରେ ଏହି ସ୍ମାର୍ଟଫୋନ୍‌ର ପ୍ରାରମ୍ଭିକ ଦାମ୍‌ ୧୩,୯୯୯ ଟଙ୍କା ରଖାଯାଇଛି। କହି ରଖୁଛୁ କି, X-ସିରିଜ୍‌ ଭାରତରେ ଅନର୍‌ର ସବୁଠାରୁ ପପୁଲାର୍‌ ସିରିଜ୍‌।

h6

‘Honor 9X’ର ଦାମ୍‌ ଏବଂ ଅଫର୍‌

ଏହି ସ୍ମାର୍ଟଫୋନ୍‌ ଦୁଇଟି ଭେରିଏଣ୍ଟରେ ଆସୁଛି। ଗୋଟିଏ ହେଉଛି ୪ ଜିବି ର‍୍ୟାମ୍‌ ସହିତ ୧୨୮ ଜିବି ଷ୍ଟୋରେଜ୍‌ ଏବଂ ଅନ୍ୟଟି ୬ ଜିବି ର‍୍ୟାମ୍‌ ସହିତ ୧୨୮ ଜିବି ଷ୍ଟୋରେଜ୍‌। ୪ ଜିବି ର‍୍ୟାମ୍‌ ଭେରିଏଣ୍ଟର ଦାମ୍‌ ୧୩,୯୯୯ ଟଙ୍କା ରହିଥିବା ବେଳେ ୬ ଜିବି ର‍୍ୟାମ୍‌ ଭେରିଏଣ୍ଟର ଦାମ୍‌ ରହିଛି ୧୬,୯୯୯ ଟଙ୍କା। ଏହା ଆସନ୍ତା ୧୯ ଜାନୁୟାରୀରୁ ଫ୍ଲିପ୍‌କାର୍ଡରେ ବିକ୍ରି ପାଇଁ ଉପଲବ୍ଧ ହେବ। ICICI ଏବଂ Kotak Mahindra ବ୍ୟାଙ୍କର କାର୍ଡ ଧାରକଙ୍କୁ ୧୦ ପ୍ରତିଶତର ଅତିରିକ୍ତ ରିହାତି ଦିଆଯିବ। ସେଲ୍‌ର ପ୍ରଥମ ଦିନ ଫୋନ୍‌ର ୪ ଜିବି ଭେରିଏଣ୍ଟରେ ୧ ହଜାର ଟଙ୍କାର ରିହାତି ମିଳିବ।

h1

ସ୍ପେସିଫିକେଶନ

ଏଥିରେ ୬.୫୯ ଇଞ୍ଚର ଫୁଲ୍‌ ଭ୍ୟୁ ଡିସ୍‌ପ୍ଲେ ଦିଆଯାଇଛି। କମ୍ପାନୀ ଫୋନ୍‌ ଡିଜାଇନ୍‌ରେ ଖାସ୍‌ କାମ କରିଛି। ଏଥିରେ ଡୁଆଲ୍‌ ୩ଡି କାର୍ଡ ବ୍ୟାକ୍‌ ପ୍ୟାନେଲ୍‌, ୩.୫ ଏମ୍‌ଏମ୍‌ ହେଡ୍‌ଫୋନ୍‌ ଜ୍ୟାକ୍‌ ଏବଂ USB Type-C port ଦିଆଯାଇଛି। ସ୍ମାର୍ଟଫୋନ୍‌ ଦୁଇଟି କଲର୍‌ ବିକଳ୍ପ ସଫାୟର ବ୍ଲୁ ଏବଂ ମିଡ୍‌ନାଇଟ ବ୍ୟାକ୍‌ରେ ଆସୁଛି। ଫୋନ୍‌ରେ octa-core HiSilicon Kirin 710F ପ୍ରୋସେସର ମିଳିବ।


ଏହା Honorର X-ସିରିଜ୍‌ର ପ୍ରଥମ ଫୋନ୍‌, ଯେଉଁଥିରେ ୪୮ ମେଗାପିକ୍ସଲର ପ୍ରାଇମେରୀ ସେନ୍ସର, ୨ ମେଗାପିକ୍ସଲର ଡେପ୍‌ଥ ସେନ୍ସର ଏବଂ ୮ ମେଗାପିକ୍ସଲର ଓ୍ଵାଇଡ୍‌ ଆଙ୍ଗେଲ ସେନ୍ସର ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.