ଏହି ସ୍ଥାନରେ ଶେଷଥର ପାଇଁ ତପସ୍ୟା କରିଥିଲେ ଲକ୍ଷ୍ମଣ, ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ୱ

ଋକ୍‌ ବେଦରେ ଉତ୍ତରାଖଣ୍ଡକୁ ଦେବଭୂମି ରୂପେ ଉଲ୍ଲେଖ କରାଯାଇଛି। ଏହି ପବିତ୍ର ଭୂମିକୁ ମନୁଷ୍ୟଙ୍କ ପୂର୍ଣ୍ଣ କର୍ମ ଭୂମି କୁହାଯାଇଛି। କଣ ଆପଣ ଜାଣିଛନ୍ତି କି ମର୍ଯ୍ୟାଦାପୁରୁଷୋତ୍ତମ ଭଗବାନ ରାମଙ୍କ ସାନ ଭାଇ ଭଗବାନ ଲକ୍ଷ୍ମଣଙ୍କର ମଧ୍ୟ ଉତ୍ତରାଖଣ୍ଡ ସହ ସଂଯୋଗ ରହିଥିଲା। ଲକ୍ଷ୍ମଣ ନିଜର ଶେଷ ତପସ୍ୟା ଦେବଭୂମି ଉତ୍ତରାଖଣ୍ଡରେ କରିଥିଲେ।

uttarakhandଭଗବାନ ଲକ୍ଷ୍ମଣ ନିଜର ଶେଷ ତପସ୍ୟା ଉତ୍ତରାଖଣ୍ଡର ଗଢଓ୍ଵାଲରେ କରିଥିଲେ। ମାନ୍ୟତା ଅନୁଯାୟୀ ଲକ୍ଷ୍ମଣ ନିଜର ଶେଷ ତପସ୍ୟା ଟିହରୀ ଗଢଓ୍ଵାଲର ତପୋବନରେ କରିଥିଲେ। ଯଦି ଆପଣ କେବେ ଉତ୍ତରକାଶୀ ଯାଇଥିବେ ତେବେ ଏହି ତପୋବନ ବିଷୟରେ ନିଶ୍ଚିନ୍ତ ଶୁଣିଥିବେ। ଏଠାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ।

gangotri-ଏହି ତପୋବନ ବରଫାବୃତ ଗଙ୍ଗୋତ୍ରୀ ନଦୀ ଠାରୁ ୬ କିଲୋମିଟର ଦୂରରେ ଅବସ୍ଥିତ। ଏଠାର ଅଭୁତ ଦୃଶ୍ୟ ପର୍ଯ୍ୟଟକଙ୍କ ମନ କିଣିନେଇଥାଏ। ଏହି ତପୋବନକୁ ନନ୍ଦନଓ୍ଵନ ମଧ୍ୟ କୁହାଯାଇଥାଏ। ଏଠାରେ ପର୍ବତାରୋହଣ ପାଇଁ କ୍ୟାପିଂଗ କରାଯାଇଥାଏ। ନନ୍ଦନଓ୍ଵନ ଠାରୁ ଶିବଲିଙ୍ଗ, ଭାଗୀରଥୀ, କେଦାର ଡ୍ୟାମ ଏବଂ ସୁଦର୍ଶନ ଭଳି ଶିଖରର ଚମତ୍କାର ଦୃଶ୍ୟ ଦେଖାଯାଇଥାଏ। ପର୍ଯ୍ୟଟକମାନେ ଏଠାରେ ସାତୋପନ୍ତ, ଖାରକୁଣ୍ଡ, କାଳିନ୍ଦୀ କାଲ, ମେରୁ ଏବଂ କେଦାର ଡମ୍‌ରେ କ୍ୟାମ୍ପିଂ କରିଥାନ୍ତି। ଟ୍ରାକିଂ ବ୍ୟତୀତ ପର୍ଯ୍ୟଟକ ପର୍ବତ ଚଢିବାକୁ ପସନ୍ଦ କରିଥାନ୍ତି। ଏଠାର ସବୁଜିମାରେ ପରିପୂର୍ଣ୍ଣ ଦେବଦାରୁ ବୃକ୍ଷ ପର୍ଯ୍ୟଟକଙ୍କ ମନ ମୋହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.