Below header

ଫେରୁଛି କରୋନା, ଆମେରିକାରେ ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ମାମଲା ଚିହ୍ନଟ

ଆମେରିକାରେ କରୋନା ଭାଇରସର ବଢ଼ୁଛି ମାମଲା। ଆମେରିକାରେ ହାଇ ରିସ୍କ ଇଲାକାରେ ଭ୍ୟାକସିନ ରର ଦୁଇଟି ଡୋଜ ଦେଲାପରେ ସେଠାରେ ଲୋକଙ୍କୁ ମାସ୍କ ବ୍ୟହାରକୁ ନେଇ ଢ଼ିଲା ଦିଆଯାଇଥିଲା। କିନ୍ତୁ ଏବେ କରୋନା ମାମଲା ବଢ଼ିବା କାରଣରୁ ପୁଣି ଥରେ ମାସ୍କ ବ୍ୟବହାରକୁ ନେଇ ସଚେତନ ବଢ଼ିଛି। ଡେଲଟା ଭାରିଏଣ୍ଟ ପାଇଁ ଏହି ମାମଲା ବଢ଼ୁଥିବାର ଜଣା ପଡିଛି।

ସେଣ୍ଟର ଫରର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌ ଡାଇରେକ୍ଟର ରୋସେଲ ବୋଲେନସ୍କି ପ୍ରେସ କନଫରେନ୍ସ ମାଧ୍ୟମରେ ମାସ୍କକୁ ନେଇ ନୂଆ ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଭ୍ୟାକସିନ ଶରୀରକୁ ସୁରକ୍ଷା ଦେବ, କିନ୍ତୁ ଡେଲଟା ଭାରିଏଣ୍ଟ କାରଣରୁ ଦେଶରେ ସଂକ୍ରମଣ ହାର ବଢ଼ିବାର ସମ୍ଭାବନା ରହିଛି।

ତେଣୁ ୨ଟି ଡୋଜନେଲା ପରେ ମଧ୍ୟ ମାସ୍କ ପିନ୍ଧିବାକୁ ଜରୁରୀ କୁହାଯାଇଛି। । ଆମେରିକାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୦୦ରୁ ଅଧିକ ସଂକ୍ରମଣ ହାର ସାମ୍ନାକୁ ଆସୁଛି। ଏହାସହ ଭ୍ୟାକସିନ ନେଇ ସଂକ୍ରମିତ ହେଉଥିବା ଲୋକ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିବାର ସମ୍ଭାବନା ମଧ୍ର ରହିଛି।

ସୂଚନା ଅନୁଯାୟୀ, ଆମେରିକାରେ ଗତ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ଜନିତ ମାମଲା ବଢ଼ିବାକୁ ଲାଗିଥିଲା। ଆମେରିକାରେ ଗତ ୨୪ ଘଣ୍ଟାରେ କରୋନାର ୬୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.