Below header

ଜମ୍ମୁ କିଶତୱାଡାରେ ବାଦଲ ଫଟା ବର୍ଷା, ୪ ମୃତ, ୪୦ରୁ ଊର୍ଦ୍ଧ୍ବ ନିଖୋଜ

ଜମ୍ମୁ କାଶ୍ମୀରର କିଶତଓ୍ୱାଡାରେ ବାଦଲ ଫଟା ବର୍ଷା ତାଣ୍ଡବ କରିଛି। ଫଳରେ ୪ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୪୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ଘର ନଷ୍ଟ ହେବା ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । SDRF ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରବଳ ବର୍ଷା ହେତୁ ନେଟୱାର୍କ ଠପ ହୋଇପଡିଛି ।

କେନ୍ଦ୍ରୀୟ ଗ୍ହମନ୍ତ୍ରୀ ଅମିତ ଶାହ ଜମ୍ମୁ କାଶ୍ମୀର କିଶତୱାଡର ବାଦଲ ଫଟା ବର୍ଷା ସମ୍ବନ୍ଧରେ ଜମ୍ମୁ କାଶ୍ମୀରର LG ଏବଂ DGP ସହିତ କଥାବାର୍ତ୍ତା କରିଛନ୍ତି। ସ୍ଥାନୀୟ ଲୋକ ଏବଂ SDRF, ସେନା, ପ୍ରଶାସନ ଦ୍ବାରା ଉଦ୍ଧାର କାର୍ଯ୍ଯ ଜାରି ରହିଛି। NDRF ଟିମ୍ ଘଟଣା ସ୍ଥଳରେ ଖୁବଶୀଘ୍ର ପହଞ୍ଚିବ।
ଜୁଲାଇ ଶେଷ ସୁଦ୍ଧା ଜାମ୍ମୁରେ ଅଧିକ ବର୍ଷା ହେବାର ହୋଇଛି । ଯେଉଁଥିପାଇଁ କିଶତବାର ଅଧିକାରୀମାନେ ଜଳଭଣ୍ଡାର ନିକଟରେ ରହୁଥିବା ଏବଂ ସ୍ଲିପର ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ପାଣିପାଗ ବିଭାଗ (ଆଇଏମଡି) ଏହି ଅଞ୍ଚଳରେ ଆଉ ଗୋଟିଏ ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.