ହଲ୍‌ରେ ରିଲିଜ୍‌ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ, ରୋକ୍‌ ଲଗାଇବାକୁ ମନା କଲେ ହାଇକୋର୍ଟ

ଥିଏଟରରେ ରିଲିଜ୍‌ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ। ଫିଲ୍ମ ଉପରେ ରୋକ୍‌ ଲଗାଇବାକୁ ମନା କରି ଦେଲେ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟ ଦିବଂଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍‌’କୁ ସିନେମା ଘରେ ରିଲିଜ୍‌ ଉପରେ ରୋକ୍‌ ଲଗାଇବାକୁ ପୁଣିଥରେ ଖାରଜ କରିଛନ୍ତି।

ଅଧିବକ୍ତା ବିକାଶ ସିଂହ ନିଷେଧାଜ୍ଞା ପାଇଁ ଲଢ଼ୁଥିବା ବେଳେ କୋର୍ଟ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ, ଏଣୁ ଫିଲ୍ମ ରିଲିଜ୍‌ ପାଇଁ ପ୍ରସ୍ତୁତ ଅଛି। ଦିଲ୍ଲୀପ ଗୁଲାଟୀ ଏହି ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ବି ଦେଇଛନ୍ତି। ଏହାକୁ ସରଳା ଏ.ସରାବଗୀ ଓ ରାହୁଲ ଶର୍ମା ନିର୍ମାଣ କରୁଛନ୍ତି।

ଏନେଇ ପ୍ରଯୋଜକ ରାହୁଲ ଶର୍ମା କହିଛନ୍ତି, ଆମର ବିଶ୍ୱାସ ଥିଲା ଯେ ବ୍ୟବସ୍ଥା ମାଧ୍ୟମରେ ନ୍ୟାୟ ମିଳିବ ଓ ଆମେ ଏହି ନିଷ୍ପତ୍ତିକୁ ନେଇ ଖୁବ୍‌ ଖୁସି। ଆମେ ଉଲ୍ଲେଖ କରିଥିଲୁ ଯେ ଏହି ଫିଲ୍ମ ଟଙ୍କା ରୋଜଗାର କରିବାକୁ ନୁହେଁ। ଆମେ ସତକୁ ସାମ୍ନାକୁ ଆଣି ନ୍ୟାୟ ପାଇବାକୁ ଫିଲ୍ମ ନିର୍ମାଣ କରିଛୁ।

ନ୍ୟାୟ: ଦ ଜଷ୍ଟିସ୍‌ରେ ଜୁବେର ଖାନ୍‌ ଓ ଶ୍ରେୟା ଶୁକ୍ଳା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଇଡି ପ୍ରମୁଖ ଭାବେ ଅମନ ବର୍ମା ଅଭିନୟ କରିଥିବା ବେଳେ ଶକ୍ତି କପୁର ଏନ୍‌ସିବି ଅଧିକାରୀ ଭାବେ ଦେଖିବାକୁ ମିଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.