Below header

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ସିଆର କେଶବନ, ୨୦୦୧ରୁ ହୋଇଥିଲେ ସାମିଲ

କଂଗ୍ରେସରୁ ଇସ୍ତାଫା ଦେଲେ ବରିଷ୍ଠ କଂଗ୍ରେସ ନେତା ସିଆର କେଶବନ । ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଛନ୍ତି । ଦୀର୍ଘ ୨୨ ବର୍ଷ ଧରି ସେ କଂଗ୍ରେସରେ ରହିଥିଲେ । କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି । 

କେନ୍ୟୁଜ୍‌(ବ୍ୟୁରୋ): କଂଗ୍ରେସରୁ ଇସ୍ତାଫା ଦେଲେ ବରିଷ୍ଠ କଂଗ୍ରେସ ନେତା ସିଆର କେଶବନ । ଗୁରୁବାର ତାଙ୍କର ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଛନ୍ତି । କଂଗ୍ରେସ ପାର୍ଟି ଏବେ ଯେଉଁ ରାସ୍ତାରେ ଯାଉଛି ସେହି ରାସ୍ତାରେ ସେ ଚାଲିପାରୁ ନଥିବା କେଶବନ କହିଛନ୍ତି । ଏହାସହ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଏବେ ମୋ ପାଇଁ ଏକ ନୂଆ ରାସ୍ତାରେ ଚାଲିବାର ସମୟ ଆସିଛି । ତେଣୁ ସେ କଂଗ୍ରସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ଏହାସହ ତାଙ୍କ ଇସ୍ତଫା ପତ୍ରକୁ ତାମିଲନାଡୁ କଂଗ୍ରେସ କମିଟି ଚାରିଟେବଲ ଟ୍ରଷ୍ଟକୁ ପଠାଇ ଦେଇଛନ୍ତି । ଏହାସହ ଆଗାମୀ ଦିନରେ ଅନ୍ୟ ପାର୍ଟିରେ ଯୋଗ ଦେବେକେ ନାଇ ସେସ୍ପଷ୍ଟ କରିନାହାଁନ୍ତି ।
ସେହିପରି ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ବିଦେଶରେ ସେ ଏକ ସଫଳତାର କେରିଅରକୁ ଛାଡ଼ି ଦେଶର ସେବା କରିବା ପାଇଁ ଦେଶକୁ ଫେରି ଆସିଥିଲେ ଓ ୨୦୦୧ରୁ କଂଗ୍ରେସରେ ସାମିଲ ହୋଇଥିଲେ । ଦୀର୍ଘ ୨୨ ବର୍ଷ ଧରି ସେ କଂଗ୍ରେସରେ ରହିଛନ୍ତି । ତାଙ୍କ ପାଇଁ ଏହି ରାସ୍ତା
ଆହ୍ଵାନ ଭରା ରହିଥିଲା । ସେ ରାଜୀବ ଗାନ୍ଧୀ ଯୁବ ବିକାଶ ଜାତୀୟ ଅନୁଷ୍ଟାନର ଉପସଭାପତି, ପ୍ରସାର ଭାରତୀ ବୋର୍ଡର ସଦସ୍ୟ, କଂଗ୍ରେସର ଜୀତୀୟ ମିଡିଆ ପେନାଲିଷ୍ଟ ଭାବେ କାର୍ଯ୍ୟ କରିଥିଲେ । ଇସ୍ତଫା ପରେ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଦେଇଥିବାରୁ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.