Below header

ରାସ୍ତା ଉପରେ ପ୍ରଥମ ସ୍ତ୍ରୀ ଓ ଶାଶୁଠାରୁ ମାଡ଼ ଖାଇଲେ ବିଜେପି ବିଧାୟକ

ମୁମ୍ବାଇ : ମହାରାଷ୍ଟ୍ରର ଅର୍ଣ୍ଣି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରାଜୁ ନାରାୟଣ ତୋଡ଼ସମଙ୍କ ପାଇଁ ତାଙ୍କ ଜନ୍ମ ଦିନଟି ଜମାରୁ ଶୁଭ ନଥିଲା । କାରଣ ଠିକ୍‌ ଜନ୍ମ ଦିନ ମନାଉଥିବା ବେଳେ ପ୍ରଥମ ସ୍ତ୍ରୀ ଓ ଶାଶୁଙ୍କ ସହ ସେମାନଙ୍କ ସହ ଥିବା କିଛି ଲୋକ ତୋଡ଼ସମ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ନିର୍ଧୁମ ପିଟିଥିଲେ । ସେମାନଙ୍କ ଆକ୍ରମଣରେ ଆହତ ହୋଇ ତୋଡ଼ସମଙ୍କ ଦ୍ୱିତୀୟ ପତ୍ନୀ ଆହତ ହୋଇ ହସପିଟାଲରେ ଅଛନ୍ତି ।

MLA BEATEN-3

ତୋଡ଼ସମ ତାଙ୍କର ଦ୍ୱିତୀୟ ପତ୍ନୀ ପ୍ରିୟା ସିନ୍ଦେଙ୍କୁ ସାଙ୍ଗରେ ନେଇ ଏକ କ୍ରିଡ଼ା ପ୍ରତିଯୋଗିତା ଉଦଘାଟନ କରିବାକୁ ଯାଇଥିଲେ । ତେବେ ସେମାନଙ୍କ ସମର୍ଥକମାନେ ବାଟରେ ବିଧାୟକଙ୍କ ୪୨ତମ ଜନ୍ମ ଦିବସ ପାଳନ କରିଥିଲେ । ଏହି ସମୟରେ ଅଚାନ ସେଠାରେ ତାଙ୍କ ପ୍ରଥମ

MLA BEATEN-4ପତ୍ନୀ ଅର୍ଚ୍ଚନା ଏବଂ ତାଙ୍କ ମା କିଛି ସମର୍ଥକଙ୍କ ସହ ପହଞ୍ଚିଲେ । ପ୍ରଥମେ ଯୁକ୍ତି ତର୍କ ଚାଲିଥିଲା । ତେବେ ଅର୍ଚ୍ଚନାଙ୍କ ମା ଅଚାନକ ଦ୍ୱିତୀୟ ପତ୍ନୀ ପ୍ରିୟାଙ୍କୁ ଆକ୍ରମଣ କରିଥିଲେ । ତା ପରେ ସମର୍ଥକମାନେ ମିଶି, ବିଧାୟକ ଓ ତାଙ୍କ ପତ୍ନୀଙ୍କୁ ଖୁବ୍‌ ପିଟିଥିଲେ । ମାଡ଼ ଖାଇ ପ୍ରିୟା ଚିତ୍କାର କରୁଥାନ୍ତି । କୋତେ ଛାଡ଼ି ଦିଅ ବୋଲି ବିନତି କରୁଥାନ୍ତି । ହେଲେ ସେଠି ଆଉ ତାଙ୍କ କଥା ଯେମିତି ଶୁଣିବାକୁ କେହି ନଥିଲେ । ଅବଶ୍ୟ ଖବର ପାଇଁ ସ୍ଥାନୀୟ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ବିଧାୟକ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଲୋକଙ୍କ ହାବୁଡ଼ରୁ ରକ୍ଷା କରିଥିଲା । ତେବେ ସେତେବେଳକୁ ଏହି ଘଟଣାର ଭିଡିଓ ତୁରନ୍ତ ଭାଇରାଲ ହୋଇ ସାରିଥିଲା ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଅଞ୍ଚଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବେ । ତୋଡ଼ସମ ମଧ୍ୟ ତାଙ୍କ ସହ ମଞ୍ଚରେ ବସିବେ । ହେଲେଏବେ ବିରୋଧର ସ୍ୱର ଉଠିଲାଣି ଯେ ଏଭଳି ଲୋକକୁ ପ୍ରଧାନମନ୍ତ୍ରୀଙ୍କ ସହିତ ବସିବାକୁ ଦିଆ ନଯାଉ । ତାଙ୍କର ପ୍ରଥମ ପତ୍ନୀ ଅର୍ଚ୍ଚନା ଜଣେ ସ୍କୁଲ ଶିକ୍ଷୟିତ୍ରୀ । ତେଣୁ ତାଙ୍କ ସହିତ ଲୋକଙ୍କର ଅନୁକମ୍ପା ଯୋଡ଼ି ହୋଇ ରହିଛି । ସ୍ଥାନୀୟ ବିଭିନ୍ନ ସଂଗଠନର ନେତାମାନେ ବିଧାୟକଙ୍କୁ ଭର୍ତ୍ସନା କରି ଏଭଳି ଅଲାଜୁକ ଭାବେ ଦ୍ୱିତୀୟ ପତ୍ନୀକୁ ଧରି ସର୍ବସାଧାରଣରେ ବୁଲିବା ଠିକ୍‌ ହୋଇ ନାହିଁ ବୋଲି କହିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପରେ ଉଭୟ ପତ୍ନୀଙ୍କ ମା’ମାନେ ଥାନାରେ ହୋଇଥିବା ଅଭିଯୋଗକୁ ପ୍ରତ୍ୟାହାର କରି ନେଇ ଆପୋଷ ବୁଝାମଣା ହୋଇଗଲା ବୋଲି ପୋଲିସ୍‌କୁ ଜଣାଇ ଦେଇଛନ୍ତି ।

ଦେଖନ୍ତୁ ସେହି ଗଣ୍ଡଗୋଳର ଭିଡିଓ ଏବଂ ବିଧାୟକଙ୍କ ପ୍ରତିକ୍ରିୟା..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.