Below header

ଆରବ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ, ଆସନ୍ତା ୨୪ ଘଣ୍ଟା ଭିତରେ ନେବ ଡିପ ଡିପ୍ରେସନର ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ । ଧୀରେ ଧୀରେ ଏହା ଘନୀଭୂତ ହେଉଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନର ରୂପ ନେବ । ଆସନ୍ତାକାଲି ଏହା ମୁମ୍ବାଇ ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ। କର୍ଣ୍ଣାଟକରୁ ଗୋଆ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିବ। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୦୫ରୁ ୧୨୫ କିଲୋମିଟର ବେଗରେ ପବନ ବହିପାରେ ।

ଏହାକୁ ଦୃଷ୍ଟିରେ ରଖି ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପକୂଳ ପାଇଁ ବାତ୍ୟା ସତର୍କତା ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଗୁଜରାଟରେ ୧୧ ଓ ମହାରାଷ୍ଟ୍ରରେ ୧୦ଟି ଏନଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି । ସବୁଠୁ ଅଧିକ କରୋନା ପ୍ରଭାବିତ ମହାରାଷ୍ଟ୍ର ଉପରେ ସମ୍ଭାବ୍ୟ ବାତ୍ୟା ନିସର୍ଗ ଆଉ ଏକ ଆସନ୍ନ ବିପତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.