Below header

ଜୀବନ ନେଲା ଝିଅ ବିବାହ, ପ୍ରଶାସନ ଚାଲାଣ କାଟିବାରୁ ଚିନ୍ତାରେ କନ୍ୟା ପିତା ମୃତ

ବାପାର ଜୀବନ ନେଲା ଝିଅ ବାହାଘର। କରୋନା କଟକଣା ନ ମାନି ଝିଅ ବାହାଘର କରିଥିବାରୁ ପ୍ରଶାସନ କାଟିଲା ଚାଲାଣ ଆଉ ସେହି ଚିନ୍ତାରେ ହିଁ ଚାଲିଗଲା ବାପାର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ।

ଏଠାରେ କରୋନା ନିୟମ ପାଳନ ନ କରି ଝିଅ ବାହାଘର କରିଥିବା ବ୍ରଜମୋହନ ମିନାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗିଥିଲା। କିନ୍ତୁ ଏତେ ଟଙ୍କା ତାଙ୍କ ପାଖରେ ନ ଥିବାରୁ ବ୍ରଜମୋହନ ଜମି ବିକ୍ରି କରି ଚାଲାଣ ଭରିଥିଲେ। ମେ ୧୭ ତାରିଖରେ ସେ ଏହି ଟଙ୍କା ଜମା କରିଥିଲେ ଓ ୨୦ ମେ’ରେ ତାଙ୍କ ମୃତ୍ୟୁ ହୋଇଥିଲା।

father
Image Credit: abplive

ଏ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି, ତାଙ୍କ ସାନ ଝିଅ ଇନ୍ଦିରା ବାଇର ବିବାହ ସମସ୍ତ କରୋନା ନିୟମ ଅନୁସାରେ ହୋଇଥିଲା। ବିବାହ ପରେ ପରିବାରର ୭ ଜଣ ଏକାଠି ଖାଉଥିବା ବେଳେ ପ୍ରଶାସନ ପହଞ୍ଚି କୋଭିଡ ନିୟମ ଉଲ୍ଲଂଘନ ହେଉଥିବା କହି ୧ ଲକ୍ଷ ଟଙ୍କାର ଚାଲାଣ କାଟିଥିଲା। ଏତେ ଟଙ୍କା ନ ଥିବାରୁ ବ୍ରଜମୋହନ ନିଜ ଜମି ବିକ୍ରି କରି ଜରିମାନା ଭରିଥିଲେ। ସେହି ଚିନ୍ତାରେ ୩ ଦିନ ପରେ ତାଙ୍କ ମୃତ୍ୟୁ ହୋଇଛି। ଏଣୁ ଏଥିପାଇଁ ପ୍ରଶାସନ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରି କ୍ଷତିପୂରଣ ଓ ନ୍ୟାୟ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.