Jioର ରିଚାର୍ଜ ପ୍ଲାନରେ ହେଲା ବଡ଼ ପରିବର୍ତ୍ତନ, ଏଥର ୟୁଜର୍ସଙ୍କ ମିଳିବ ୨ ଗୁଣ ଫାଇଦା

ଦେଶରେ କରୋନାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ Jio ନିଜ ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆଣିଛି । ନିଜ ୟୁଜର୍ସଙ୍କ ପାଇଁ କମ୍ପାନୀ ତରଫରୁ Buy 1 Get 1 ଅଫର ଆରମ୍ଭ କରାଯାଇଛି । ଏହାଦ୍ୱାରା Jioର ୬ଟି ରିଚାର୍ଜ ପ୍ଲାନ ଉପରେ ୨ ଗୁଣ ଭାଲିିଡିଟି ରହିବ। ଆସନ୍ତୁ ଜାଣିବା ଏହି ରିଚାର୍ଜ ପ୍ଲାନ ସଂପର୍କରେ ।

– ୩୯ ଓ ୬୯ ପ୍ଲାନରେ ୧୪ଦିନର ଭାଲିଡିଟି ରହିଥାଏ । ଯେଉଁଥିରେ ଏବେ ୨୮ ଦିନର ୨ଗୁଣ ଭାଲିଡିଟି ଅଫର ମିଳିବ । ୧ମରେ ୧୦୦mb ଡାଟା ସହ ୨ୟରେ ୦.୫gb ଡାଟା ମିଳିଥାଏ । ଏବେ ଏଥିରେ ଡାଟା ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି । ଏହାସହ ଜିଓ ଆପ୍ସର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯିବ।

– ୭୫ ଓ ୧୨୫ ପ୍ଲାନରେ ୨୮ଦିନର ଭାଲିଡିଟି ରହିଥାଏ । ଏଥିରେ ଦିଆଯାଉଥିବା ଡାଟା ଓ ଅନଲିମିଟେଡ କଲ ଅଫର ଏବେ ୫୬ ଦିନ ପର୍ଯ୍ୟନ୍ତ ରହିବ ।

– ୧୫୫ ଓ ୧୮୫ ପ୍ଲାନରେ ୧ଜିବି ଓ ୨ ଜିବି ଡାଟା ୨୮ ଦିନ ପାଇଁ ମିଳିଥାଏ । କିନ୍ତୁ ଏବେ ଏହା ୫୬ ଦିନ ପର୍ଯ୍ୟନ୍ତ ବଢ଼ାଯାଇଛି । ଏଥିରେ ମଧ୍ୟ ୟୁଜର୍ସଙ୍କୁ ଅନଲିମିଟେଡ କଲ ଅଫର ସହ ଫ୍ରି ଏସଏମଏସ ଓ ଡାଟା ମିଳିବ । ଜିଓ ଆପ୍ସର ବ୍ୟବହାର ପାଇଁ ଫ୍ରି ସବସ୍କ୍ରିପସନ ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.