ଆଗାମୀ ୧୮ ରୁ ୨୨ଜୁନରେ ଭାରତ ଏବଂ ନିୟୁଜଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟ। ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ୱାଲର୍ଡ଼ ଟେଷ୍ଟ ଚାମ୍ପିୟନସିପ ଟୁର୍ନାମେଣ୍ଟରେ ଭାରତ ଏବଂ ନିୟୁଜଲାଣ୍ଡ ମୁହାଁମୁହିଁ ହେବେ। ଏଣୁ ଉଭୟ ଟିମ ଏହି ଏତିହାସିକ ଟୁର୍ନାମେଣ୍ଟକୁ ଜିତିବାକୁ ପ୍ରୟାସ କରିବେ। ଇତି ମଧ୍ୟରେ କ୍ୟାପଟେନ କୋହିଲିଙ୍କ ନାରେ ଜୁଡ଼ି ବାକୁ ଯାଉଛି ଅନ୍ୟ ଗୋଟେ ରେକର୍ଡ।
ମିଳିଥିବା ସୂଚନା ଅନୁଯାଇ ଏହି ଟୁର୍ନାମେଣ୍ଟଟି ସମୁଦ୍ର ଉପକୂଳ ଅଞ୍ଚଳରେ ଅନୁଷ୍ଠିତ ହେବ ଏବଂ ଭାରତୀୟ ଟିମ ପ୍ରଥମଥର ପାଇଁ ଏଭଳି ପଡିଆରେ ଖେଳିବାକୁ ଯାଉଛି। ପୂର୍ବରୁ ଭାରତୀୟ ଟିମ ଟି ୨୦,ଦିନିକିଆ ୱାଲର୍ଡ଼ କପ ଏବଂ ଆଇସିସି ଚାମ୍ପିୟନ ଟ୍ରଫି ଜିତି ସାରିଥିବା ବେଳେ ଏଭଳି ଏତିହାସିକ ଟୁର୍ନାମେଣ୍ଟକୁ ମଧ୍ୟ ଜିତିବାକୁ ଚେଷ୍ଟା କରିବ।