Below header

ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କଲେ ADG ଯଶଓ୍ଵନ୍ତ ଜେଠଓ୍ଵା

କେନ୍ୟୁଜ୍(ବ୍ୟୁରୋ): ବାଲେଶ୍ୱରରେ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି ADG ଯଶଓ୍ଵନ୍ତ ଜେଠଓ୍ଵା। ବାଲେଶ୍ୱର ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଓଡ୍ର୍ରାଫ୍‌ ଟିମ୍‌ ସହ ଆଲୋଚନା କରିଛନ୍ତି। ଆଜି ବାଲେଶ୍ୱରରେ ଅଧିକ ୩ଟି ଓଡ୍ରାଫ୍‌ ଟିମ୍‌ ପହ଼ଞ୍ଚିଛନ୍ତି। ଆସନ୍ତାକାଲିଠୁ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ।

ଏପଟେ ବାତ୍ୟା ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ସଜାଗ ଅଛି ଉଦ୍ଧାରକାରୀ ଟିମ୍‌ । ୬୦ଟି ଓଡ୍ରାଫ ଓ ୫୮ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ୫୨ଟି ଏନ୍‌ଡିଆରଏଫ ଟିମ୍‌ ପଠାଗଲାଣି । ୟସ ଯୋଗୁଁ ଉତ୍ତର ଓଡ଼ିଶା ପ୍ରତି ଅଧିକ ବିପଦ ରହିଛି । ବାଲେଶ୍ୱରରେ ସ୍ଥିତି ସମୀକ୍ଷା ପରେ ଭଦ୍ରକ ଗସ୍ତ କରିଛନ୍ତି ଜେଠୱା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.