Below header

ବାହାଘର ଦିନ କନ୍ୟାର ମୃତ୍ୟୁ, ଝିଅର ଅଙ୍ଗ ଦାନ କରି ଉଦାହରଣ ସୃଷ୍ଟି କଲେ ବାପା ମା

କୁହାଯାଏ ମଣିଷ ଜୀବନ ପାଣି ଫୋଟକା । ବେଳେ ବେଳେ ଏମିତି କିଛି ଖରାପ ସମୟ ଆସେ ଯାହା ବିଷୟରେ କେହି କେବେ ସ୍ୱପ୍ନରେ ବି ଭାବି ନଥାଏ। ଘଟଣା ଘଟିଗଲା ପରେ ବି ବିଶ୍ୱାସ କରିହୁଏ ନାହିଁ। ଦେଖୁ ଦେଖୁ କ୍ଷଣିକ ଭିତରେ ଅନେକ କିଛି ବଦଳି ଯାଏ । ଖୁସିର ପରିବେଶ ଲୁହରେ ଭିଜି ଯାଏ । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି କର୍ଣ୍ଣାଟକରେ। ତାହା ପୁଣି ଶୁଭ ବିବାହ ଦିନରେ ।

Marriage
Picture Credit – NTOI

ସବୁ ଝିଅଙ୍କ ସ୍ବପ୍ନ ଥାଏ ବିବାହ ପରେ ନିଜ ସ୍ୱାମୀ ସହ ଖୁସିରେ ଜୀବନ ବିତାଇବେ । ଯେମିତି ଦିନେ ସ୍ବପ୍ନ ଦେଖିଥିଲେ ୨୬ ବର୍ଷୀୟା ଚିତ୍ରା। ହେଲେ ତାଙ୍କ ସ୍ବପ୍ନ ପୂରା ହେବା ପୂର୍ବରୁ ହିଁ ଦାଉ ସାଧିଲା ଦଇବ। ନୂଆ ଜୀବନ ଆରମ୍ଭ ହେବା ଆଗରୁ ହିଁ ଲିଭିଗଲା ଚିତ୍ରାଙ୍କ ଜୀବନ ଦୀପ। ବାହା ବେଦିରେ ହାତଗଣ୍ଠି ପଡ଼ିଲା । ହେଲେ ତା ପରେ ଚିତ୍ରା ଟଳି ପଡ଼ିଲେ ସବୁଦିନ ପାଇଁ ।… ଆପଣ କୁହନ୍ତୁ ଦର୍ଶକ ବନ୍ଧୁ, କିଏ ଏଭଳି କଥାକୁ ଆଗରୁ ଭାବିଥିବ କି ? ଏମିତି କିଛି ଅଘଟଣ ପାଇଁ କିଏ ପ୍ରସ୍ତୁତ ଥିବ କି ? ହେଲେ ଅଚାନକ ଘଟିଲା ଅଘଟଣ । କଣ ହେଲା କେଜାଣି ଖୁସିର ମାହୋଲ ଭିତରେ ହିଁ ଟଳି ପଡ଼ିଲେ କନ୍ୟା ବେଶରେ ବସିଥିବା ଚିତ୍ରା ।


କର୍ଣ୍ଣାଟକର କୋଲାର ବାହାଘରରେ ଚାଲିଥିଲା ଚିତ୍ରାଙ୍କର । ସଜବାଜ ହୋଇ ନିଜ ବର ସହିତ ଷ୍ଟେଜକୁ ଗଲେ । ବନ୍ଧୁବାନ୍ଧବ, ସମ୍ପର୍କୀୟ ସମସ୍ତେ ରିସେପ୍ସନ୍ ସମୟରେ ଉପସ୍ଥିତ ଥିଲେ । ଗୀତ ବାଜୁଥିଲା, ଅତିଥିମାନେ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଉଥିଲେ । ହସଖୁସିରେ ଫାଟି ପଡୁଥିଲା ସାରା ଅଞ୍ଚଳ । ଠିକ୍‌ ଏହି ସମୟରେ ହିଁ ସେହି ଷ୍ଟେଜ ଉପରେ ପଡ଼ିଗଲେ ଚିତ୍ରା । ସେ ମୂର୍ଚ୍ଛା ହୋଇଯାଇଥିବା ଦେଖି ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । ଚିତ୍ରାଙ୍କ ପରିବାର ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ବାଙ୍ଗାଲୋର NIMHNSକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ଡେରି ନ କରି ତାଙ୍କୁ ବେଙ୍ଗାଲୁରୁ ନେଇଯାଇଥିଲେ । ତେବେ ପରେ ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା। ଯେଉଁଥି ପାଇଁ ତାଙ୍କ ମୁଣ୍ଡ ବୁଲାଇ ସେ ହଠାତ୍ ପଡ଼ି ଯାଇଥିଲେ।

 

ଚିତ୍ରାଙ୍କ ଏପରି ଅଚାନକ ମୃତ୍ୟୁ ପରିବାର ଲୋକଙ୍କୁ ଖୁବ୍‌ ଧକ୍କା ଦେଇଥିଲା। କେହିବି ଏ ଘଟଣାକୁ ହଠାତ୍ ବିଶ୍ୱାସ ମଧ୍ୟ କରିପାରିଲେନି। ଚିତ୍ରାଙ୍କ ବାପା ମାଆଙ୍କୁ ଏହି ଘଟଣା ଅତ୍ୟନ୍ତ କଷ୍ଟ ଦେଇଥିଲା, କିନ୍ତୁ ସେମାନେ ନିଜ ଛାତିରେ ପଥର ରଖି ଝିଅର ଆତ୍ମାକୁ ଶାନ୍ତି ଦେବା ପାଇଁ ନିଜକୁ ଦୃଢ଼ ରଖିଲେ । ସେହି ଲୁହ ଓ କୋହ ଭିତରେ ଏପରି ନିଷ୍ପତ୍ତି ନେଇଥିଲେ ଯେ ସମାଜ ପାଇଁ ପାଲଟି ଗଲେ ଏକ ବଡ଼ ଉଦାହରଣ । ଝିଅର ଅଙ୍ଗ ଦାନ କରିଦେଲେ। ସେମାନଙ୍କ କହିବା କଥା, ଝିଅ ତ ଚାଲିଗଲା । ସବୁ ଖୁସି ଅଧାରୁ ଉଜୁଡ଼ିଗଲା । ହେଲେ ତାର ଅଙ୍ଗଦାନ କରି ଆମେ ଅନ୍ତତଃ ତାର ଆତ୍ମାକୁ ଶାନ୍ତି ଦେଇ ପାରିବୁ । ଆମକୁ ମଧ୍ୟ ଲାଗିବ କି ତା ଜରିଆରେ ଆମେ ଆଉ କାହାର ମଙ୍ଗଳ କରି ପାରିଲୁ ।

ଯାହା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ତାଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ । ହସ୍ପିଟାଲ ଡାକ୍ତରମାନେ ମଧ୍ୟ ଚିତ୍ରାଙ୍କ ପରିବାରକୁ ଖୁବ୍ ପ୍ରଶଂସା କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ଟ୍ୱିଟ୍ କରି କହିଛନ୍ତି, “ଚିତ୍ରାଙ୍କ ପାଇଁ ଏହା ଏକ ବଡ ଦିନ ଥିଲା କିନ୍ତୁ ଭାଗ୍ୟର ବିଡମ୍ବନା। ହେଲେ ତାଙ୍କ ବାପା ମା ଚିତ୍ରାଙ୍କ ଅଙ୍ଗ ଦାନ କରି ମଧ୍ୟ ବଡ଼ ପୁଣ୍ୟ କାମ କରିଛନ୍ତି। ଆଜି ସେମାନେ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ମୁଁ ସେମାନଙ୍କ ପାଇଁ ଗର୍ବିତ”। ଏମିତି କଷ୍ଟ ସମୟରେ ଛାତିରେ ପଥର ରଖି ଚିତ୍ରାଙ୍କ ବାପା ମା ଝିଅର ଅଙ୍ଗ ଦାନ କରି ଏକ ମହତ୍‌ କାମ କରିଦେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.