Below header

ଲିବ୍ୟାରେ ମୃତ୍ୟୁର ତାଣ୍ଡବ: ପାଣିରେ ଭାସୁଛି କୁଢ କୁଢ ଶବ, ୨୦ ହଜାର ଛୁଇଁପାରେ ମୃତ୍ୟୁ ସଂଖ୍ୟା

ଭୟଙ୍କର ବିପର୍ଯ୍ୟୟର ସାମନା କରିଛି ଲିବ୍ୟା । ପାଣିରେ ଭାସୁଛି ହଜାର ହଜାର ଶବ । ମୃତ୍ୟୁ ସଂଖ୍ୟା ୬ ହଜାର ଟପିଛି । ୨୦ ହଜାର ଛୁଇଁପାରେ ମୃତ୍ୟୁ ସଂଖ୍ୟା । କାରଣ ଏବେବି ୧୦ହଜାରରୁ ଅଧିକ ନିଖୋଜ ଅଛନ୍ତି । ଚାରିଆଡେ ପଡିଛି କୁଢ କୁଢ ମୃତଦେହ । ମୃତ ଦେହ ଚିହ୍ନଟ କରିବା କଷ୍ଟକର ହୋଇପଡିଛି ।

ନୂଆଦିଲ୍ଲୀ : ଲିବ୍ୟାରେ ମୃତ୍ୟୁର ତାଣ୍ଡବ। ଭୟଙ୍କର ବିପର୍ଯ୍ୟୟର ସାମନା କରିଛି ଲିବ୍ୟା । ପାଣିରେ ଭାସୁଛି ହଜାର ହଜାର ଶବ । ମୃତ୍ୟୁ ସଂଖ୍ୟା ୬ ହଜାର ଟପିଛି । ୨୦ ହଜାର ଛୁଇଁପାରେ ମୃତ୍ୟୁ ସଂଖ୍ୟା । କାରଣ ଏବେବି ୧୦ହଜାରରୁ ଅଧିକ ନିଖୋଜ ଅଛନ୍ତି । ଚାରିଆଡେ ପଡିଛି କୁଢ କୁଢ ମୃତଦେହ । ମୃତ ଦେହ ଚିହ୍ନଟ କରିବା କଷ୍ଟକର ହୋଇପଡିଛି । ଡେର୍ଣ୍ଣା ସହର ଏବଂ ଏହାର ଆଖପାଖ ଇଲାକାରେ ସଡ଼କପଥ ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯିବା ସହିତ ବିମାନବନ୍ଦର ମଧ୍ୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ।

ରବିବାର ରାତିରେ ଶକ୍ତିଶାଳୀ ବାତ୍ୟା ଡାନିଏଲ୍ ପରେ ବାଦଲ ଫଟା ବର୍ଶାରେ ଡେରନା ସହରର ଦୁଇଟି ଡ୍ୟାମ ଭୁଶୁଡିଯାଇଥିଲା। ଏହାର ତୀବ୍ର ପ୍ରଖର ସ୍ରୋତରେ ବହୁ ଅଟ୍ଟାଳିକା ଧୋଇ ନେଇଥିଲା । ଅନେକ ଲୋକ ଜଳସ୍ରୋତରେ ଭୂମଧ୍ୟ ସାଗରକୁ ଭାସିଯାଇଥିଲେ। ଏବେ ସମୁଦ୍ରକୂଳରୁ ଉଦ୍ଧାର ହେଉଛି ମୃତଦେହ। ଲିବ୍ୟାର ପୂର୍ବଭାଗ ସର୍ବାଧିକ ପ୍ରଭାବିତ ହୋଇଛି । ଡେର୍ଣ୍ଣା ସହର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିବାରୁ ସହାୟତା ପହଞ୍ଚିପାରୁନି । ଏହା ସହ ରାଜନୈତିକ ସଙ୍କଟରେ ଯୁଝୁଥିବା ଦେଶକୁ ସହାୟତା କରିବାରେ ବାଧା ଉପୁଜୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.