Below header

ଭାରତ ସମେତ ୮୫ ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ, ସାମ୍ନାକୁ ଆସିଲା ୧୮,୭୬୨ ମାମଲା

କରୋନା ଭାଇରସର ଡେଲାଟା ଭାରିଏଣ୍ଟ ଏବେ ସାରା ଦୁନିଆରେ ଭୟର ବାତାବରଣ ସୃଷ୍ଟି କରିଛି । ଏବେ ପର୍ଯ୍ୟନ୍ତ ୮୫ ଦେଶରେ କରୋନାର ଡେଲାଟା ପ୍ଲସ ଭାରିଏଣ୍ଟର ରିପୋର୍ଟ ସାମ୍ନାକୁ ଆସିଛି । ଏହାର ପ୍ରଭାବ ଭାରତଠୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ଦେଖାଦେଲାଣି । କରୋନା ଭାଇରସର ଡେଲଟା ପ୍ଲସ ଭାରିଏଣ୍ଟ ମାମଲା ସର୍ବପ୍ରଥମେ ଭାରତରେ ଦେଖାଯାଇଥିଲା । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା କରୋନା ୩ୟ ଲହରର ମୁଖ୍ୟ ସ୍ରୋତ ହେବାର କାରଣ ହେବ ।

ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାରେ ଏହି ଭାରିଏଣ୍ଟ କରୋନାର ୩ୟ ଲହର ଭାବେ ଉଭାନ ହୋଇଛି । ଏଥିପାଇଁ ଦିନକୁ ଦିନ ସେଠାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସୂଚନା ଅନୁଯାୟୀ ଏହା ବିଟା ସଂକ୍ରମଣରୁ ୬୦% ଅଧିକ ମାରାତ୍ମକ । ଏହାକୁ ନେଇ ଆସନ୍ତା ସପ୍ତାହରେ ରାଷ୍ଟ୍ରୀୟ ସଂଚାରୀ ରୋଗ ସଂସ୍ଥାନ ଦ୍ୱାରା ରିପୋର୍ଟ ଜାରୀ କରାଯିବ ।

ଡେଲଟା ପ୍ଲସ ଭାରିଏଣ୍ଟର ପ୍ରଭାବ ଏତେ ମାତ୍ରାରେ ସେଠି ଏବେ ଦେଖିବାକୁ ମିଳୁଛି ଯେ, ସେଠାରେ ଥିବା ହସ୍ପିଟାଲରେ ଏବେ ବେଡ ନାହିଁ । କେବଳ ଏତିିକି ନୁହେଁ ବରଂ ଅନ୍ତିମ ସଂସ୍କାର ପାଇଁ ସ୍ଥାନ ମଧ୍ୟ ନାହିଁ । ବିଟ୍ସ ବିଶ୍ୱବିଦ୍ୟାଳୟର ଟୀକା ଓ ସଂକ୍ରାମକ ବିଶ୍ଲେଷଣାତ୍ମକ ଅନୁସନ୍ଧାନ ନିର୍ଦ୍ଦେଶକ ଶବୀର ମାଧୀଙ୍କ କହିବା ଅନୁଯାୟୀ , ଯେଉଁ ବ୍ୟକ୍ତି କରୋନାର ୨ଟି ଲହରରେ ସଂକ୍ରମିତ ହୋଇଥିଲେ ସେମାନେ ଏହି ନୂଆ ଭାରିଏଣ୍ଟରେ ସଂକ୍ରମିତ ହେବା ପାଇଁ ଖବୁ ସମ୍ବେଦନଶୀଳ ହେବେ ।

ଏନଆଇସିଡି ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରସ୍ତରରେ ବର୍ତ୍ତମାନ ନୂଆ ଭାରିଏଣ୍ଟ ର ୧୮,୭୬୨ ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୨୧୫ ଜଣଙ୍କ ରାତାରାତି ମଧ୍ୟ ମୃତ୍ୟୁ ହୋଇଛି । ଏହି ଖବର ଏବେ ସବୁଆଡେ ଭୟର ବାତାବରଣ ସୃଷ୍ଟି କରିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏବେ ଚିନ୍ତିତ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.