Below header

ଅନ୍ତିମ ସଂସ୍କାର ପାଇଁ କିପରି ଅବହେଳିତ ହେଉଛନ୍ତି ଅନୁସୂଚିତ ଜାତି, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

ଏବେ ବି ଆମ ସମାଜ ଉଚ୍ଚନୀଚ୍ଚ ଭେଦଭାବରୁ ମୁକ୍ତ ନୁହେଁ। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓ ଏହା ପ୍ରମାଣିତ କରିଛି। ଉଚ୍ଚ ଜାତିର ବ୍ୟକ୍ତିମାନେ ବ୍ୟବହାର କରୁଥିବା ଶ୍ମଶାନରେ ଜଣେ ଦଳିତଙ୍କ ଶବ ସଂସ୍କାରର ଅନୁମତି ନଥିବାରୁ ଏବଂ ସେହି ସ୍ଥାନ ଉପର ଦେଇ ଦଳିତଙ୍କ ଶବ ମଧ୍ୟ ନିଆଯାଇ ପାରିବ ନାହିଁ ବୋଲି ଏକ ବ୍ରିଜ ଉପରୁ ଶବକୁ ଦଉଡିରେ ବାନ୍ଧି ତଳକୁ ଖସାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

tamilnaduଏହି ଭିଡିଓ ଦେଖିଲେ ଆପଣ ଜାଣିପାରିବେ ଯେ ଆଜିର ସମୟରେ ବି କିଛି ଲୋକଙ୍କ ମାନସିକତା ଆଦୌ ପରିବର୍ତ୍ତନ ହୋଇନାହିଁ । ଘଟଣାଟି ତାମିଲନାଡୁର ନାରାୟଣପୁରମରେ କୁପ୍ପନ୍ (୫୫) ନାମକ ଜଣେ ବ୍ୟକ୍ତିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଶନିବାର ତାଙ୍କ ଅନ୍ତିମସଂସ୍କାର ପାଇଁ ଯେତେବେଳେ ଶବକୁ ଶ୍ମଶାନ ନିଆଗଲା ତାଙ୍କୁ ରାସ୍ତାରେ ଯିବା ପାଇଁ ଅନୁମତି ମିଳି ନଥିଲା । ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ । ଗତ ୪ ବର୍ଷ ଧରି ଗାଁ ଶ୍ମଶାନରେ ଜାଗାର ଅଭାବ କାରଣରୁ ଦଳିତ ଲୋକେ ପାଲାର୍ ନଦୀ ପାଖରେ ଥିବା ଶ୍ମଶାନରେ ଶବ ସଂସ୍କାର କରିଆସୁଛନ୍ତି । ଶ୍ମଶାନ ଯିବା ବାଟରେ ଚାଷଜମି ପଡୁଥିବାରୁ ଉଚ୍ଚ ଜାତିର ଲୋକମାନେ ଦଳିତଙ୍କ ଶବ ବୋହିନେବାକୁ ଅଶୁଭ ମନେକରନ୍ତି । ତେବେ ଏହି ପରିସ୍ଥିତିରେ ଶବଙ୍କ ପାଇଁ ମାଧ୍ୟମ ପାଲଟିଛି ଦଉଡ଼ି। ଏକ ମୋଟା ଦଉଡି ସାହାଯ୍ୟରେ ଶବକୁ ବାନ୍ଧି ୨୦ ଫୁଟ୍ ପୋଲ ତଳକୁ ଅଣାଯାଉଛି ଏବଂ ପୋଲ ତଳେ ଥିବା ଲୋକ ଶବକୁ ନେଇ ନଦୀ ପାଖରେ ଥିବା ଶ୍ମଶାନରେ ଦାହ କରୁଛନ୍ତି ।

ଏହାସହ ପଢନ୍ତୁ: ଟିକଟକ୍ ରେ ଗର୍ଲ ଫ୍ରେଣ୍ଡ ସହ ଭିଡିଓ କରିବା ପଡ଼ିଲା ମହଙ୍ଗା, ଗଛରେ ବାନ୍ଧି ମାରିଲେ ଝିଅ ଘର ଲୋକ

ଗତ ୪ ବର୍ଷ ମଧ୍ୟରେ ଏଭଳି ଚାରୋଟି ଶବକୁ ଦାହ କରାଗଲାଣି । ଦଳିତ ଶ୍ରେଣୀର ଲୋକମାନେ ଏ ନେଇ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ମୃତକଙ୍କ ପରିବାର କହିବା ଅନୁଯାୟୀ, ଆମେ ଏକ ସମ୍ପ୍ରଦାୟର। କିନ୍ତୁ କାହିଁକି ଅନ୍ତିମ ସଂସ୍କାର କାର୍ଯ୍ୟ କରିବାକୁ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ସଦସ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.