Below header

ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ବୟାନ ଦେଇ କ୍ଷମା ମାଗିଲେ ଡିଏମ୍‌କେ ସାଂସଦ ସେନ୍ଥିଲ୍‌ କୁମାର

ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ବୟାନ ଦେଇ କ୍ଷମା ମାଗିଛନ୍ତି ଡିଏମ୍‌କେ ସାଂସଦ ଡିଏନ୍‌ଭି ସେନ୍ଥିଲ୍‌ କୁମାର। ଏଥିପାଇଁ ସେ ସଂସଦରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ‘ଯଦି ଅଜାଣତରେ ମୋର ବୟାନ କାହାର ଭାବନାକୁ ଆଘାତ ଦେଇଛି, ତା’ ହେଲେ ମୋତେ କ୍ଷମା କରିଦିଅନ୍ତୁ। ଏଥିପାଇଁ ମୁଁ ଦୁଃଖିତ’।

ସେନ୍ଥିଲ୍‌ କୁମାର ଲୋକସଭାରେ କହିଛନ୍ତି, ‘ଗତକାଲି ଅଜାଣତରେ ମୁଁ ଦେଇଥିବା ବୟାନ ଯଦି ସଂସଦର ସଦସ୍ୟ ଏବଂ ଲୋକଙ୍କ ଭାବନାକୁ ଆଘାତ ଦେଇଛି, ତେବେ ମୁଁ ଏହାକୁ ଫେରାଇ ନେଉଛି। ସେହି ଶବ୍ଦଗୁଡ଼ିକୁ ହଟାଇ ଦେବାକୁ ଅନୁରୋଧ କରୁଛି। ଏଥିରେ ମୁଁ ଦୁଃଖିତ’।

ପ୍ରିଜାଇଡିଂ ଚେୟାରମ୍ୟାନ୍ କିରିଟ୍ ସୋଲଙ୍କି କହିଥିଲେ କି, ‘ଏହି ବୟାନକୁ ପୂର୍ବରୁ ହିଁ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି ଏବଂ ଆପଣ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି, ମାମଲା ଶେଷ ହୋଇଗଲା’। ପୂର୍ବରୁ ଡିଏମ୍‌କେ ନେତା ଟି.ଆର୍‌. ବାଲୁ କହିଥିଲେ ଯେ ଦଳର ସାଂସଦ ସେନ୍ଥିଲ୍‌ କୁମାର କାଲି ଯେଉଁ ବୟାନ ଦେଇଥିଲେ, ତାହା ଠିକ ନ ଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହି ବୟାନକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ସାଂସଦଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।

ସେନ୍ଥିଲ୍‌ କୁମାର ନିଜର ବୟାନ ପାଇଁ ପୂର୍ବରୁ ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ। ସେ ‘ଏକ୍ସ’ରେ ପୋଷ୍ଟ୍‍ କରିଥିଲେ ଯେ ‘ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଟିପ୍ପଣୀ କରି ମୁଁ ଏକ ଶବ୍ଦ ଅଜାଣତରେ ବ୍ୟବହାର କରିଛି। କୌଣସି ବି ଉଦ୍ଦେଶ୍ୟରେ ସେହି ଶବ୍ଦ ଉପଯୋଗ କରିନାହିଁ। ଏହି ଭୁଲ୍‌ ବାର୍ତ୍ତା ପାଇଁ ମୁଁ କ୍ଷମା ମାଗୁଛି’।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.