Below header

ମହାରାଷ୍ଟ୍ର : ପତ୍ନୀ ଓ ପିଲାଙ୍କୁ ମୃତ୍ୟୁ ଇଂଜେକସନ୍‌ ଦେବା ପରେ ଡାକ୍ତର ନିଜେ କଲେ ଆତ୍ମହତ୍ୟା

ଅହମ୍ମଦନଗର :  ଜଣେ ଡାକ୍ତର ନିଜର ପତ୍ନୀ ଓ ପିଲାଙ୍କୁ ଇଂଜେକ୍‌ସନ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ଅହମ୍ମଦାବାଦ ଠାରେ । ନିଜର ୧୭ ବର୍ଷ ବୟସ୍କ ପୁଅ ଓ ପତ୍ନୀଙ୍କୁ ମାରିବା ପରେ ଡାକ୍ତର ନିଜେ ଆତ୍ମହତ୍ୟା କରିଛନ୍ତି । ତାହା ପୁଣି ଏକ ସାମାନ୍ୟ କାରଣରୁ । ଯାହା ଜାଣିଲେ ଆପଣ ହୋଇଯିବେ ଚକିତ ।

ପୋଲିସ୍‌ ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ରାଶିନ୍‌ ରେ ଜଣେ ପ୍ରତିଷ୍ଠିତ ଡାକ୍ତର ପୁରା ପରିବାର ସହ ଆତ୍ମହତ୍ୟା କରିଛନ୍ତି । ଡାକ୍ତରଙ୍କ ନାମ ମହେନ୍ଦ୍ର ଥୋରାତ । ଡାକ୍ତର ପ୍ରଥମେ ନିଜର ପତ୍ନୀ ଓ ଦୁଇ ସନ୍ତାନଙ୍କୁ ଇଂଜେକସନ୍‌ ଦେଇ ହତ୍ୟା କରିବା ପରେ ନିଜକୁ ହତ୍ୟା କରିଥିଲେ । ହତ୍ୟାର କାରଣ ସମ୍ପର୍କରେ ଜାଣିବା ପାଇଁ ପୋଲିସ୍‌ ଯାଞ୍ଚ ଜାରି ରଖିଛି ।

ଡାକ୍ତରଙ୍କ ପତ୍ନୀଙ୍କ ନାମ ବର୍ଷା, ବଡ଼ ପୁଅ ନାମ କୃଷ୍ଣା ଓ ସାନ ପୁଅ ନାମ କୈବଲ୍ୟ ବୋଲି ଜଣାପଡ଼ିଛି । ଡାକ୍ତର ଜଣକ ସାମାଜିକ ସେବା କରୁଥିବାରୁ ଗରୀବଙ୍କ ଡାକ୍ତର ବୋଲି ସେଠାରେ ତାଙ୍କର ନାମ ରହିଛି । ପୁଲିସ ହତ୍ୟାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି । ଯେଉଁଥିରେ ଲେଖାଯାଇଛି ଯେ ବଡ଼ ପୁଅକୁ କମ୍‌ ଶୁଣାଯାଉଥିବାରୁ ତାକୁ ସମାଜରେ ଲୋକଙ୍କ ଟାହି ଟାପରା ଶୁଣିବାକୁ ପଡ଼ୁଥିଲା । ହେଲେ ପୋଲିସ୍‌ ଏହି କଥାକୁ ବିଶ୍ୱାସ କରିପାରୁନି । ତେଣୁ ହତ୍ୟାର ବିଭିନ୍ନ ଦିଗକୁ ପୋଲିସ୍‌ ତଦନ୍ତ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.