Below header

ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କୋଭିଡର ପ୍ରଭାବ ବଢିଲାଣି, ଗାଇଡ଼ଲାଇନ ମାନିବାକୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କୋଭିଡର ପ୍ରଭାବ ବଢିଲାଣି। ତେଣୁ କୋଭିଡ ଗାଇଡ଼ଲାଇନ ମାନିବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଆହ୍ଵାନ ଦେଇଛନ୍ତି। କୋଭିଡ ମହାମାରୀ ପ୍ରତ୍ୟେକ ଗାଁ, ପ୍ରତେକ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି। ତେବେ ଆମେ ଦୃଢ଼ତାର ସହ ଏହାକୁ ମୁକାବିଲା କରିଛୁ।

ପ୍ରଥମ ରାଜ୍ୟ ଭାବେ କରୋନାକୁ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା। ଲକଡାଉନ ଲାଗୁ କରିଥିଲୁ। କୋଭିଡ ମୁକାବିଲାରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି। କୋଭିଡ ମୁକାବିଲାରେ ପ୍ରଶଂସିତ ହୋଇଛି ଓଡିଶା। କୋଭିଡ ସତ୍ତ୍ୱେ ଗତବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୭.୩ ପ୍ରତିଶତ ବଢ଼ିଛି। ପୁରୀ, ଏକାମ୍ର କ୍ଷେତ୍ର, ସମଲେଶ୍ଵରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି। ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.