Below header

କୁକୁରର ଅଜବ କାର୍ଯ୍ୟ : ଲୋକଙ୍କୁ ଦେଖି ଚିଡ଼େଉଥିଲା କୁକୁର, ପଡ଼ୋଶୀ କଲେ ଅଭିଯୋଗ

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ଅନ୍ୟକୁ ଚିଡ଼େଇଥିବାର ଦେଖାଯାଏ । କେହି କେହି ମୁହଁରେ ବିକୃତ ଅଙ୍ଗଭଙ୍ଗୀ କରି ଅନ୍ୟକୁ ଚିଡ଼େଇଥାନ୍ତି । ହେଲେ ଏକ କୁକୁର ମଣିଷ ଭଳି ଅନ୍ୟକୁ ଚିଡ଼େଉଥିବା କେହି କେବେ ଦେଖି ନଥିବେ । ଏବେ ସୋସିଆଲ ମିଡ଼ିଆରେ ଏହି କୁକୁରର ଅଙ୍ଗଭଙ୍ଗୀ ବେଶ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡର ଡିଭନରେ ରହୁଥିବା ଆନା ଡନ୍‌ଫର୍ଡଙ୍କର ଏକ ପୋଷା କୁକୁର ରହିଛି । ତା’ର କାର୍ଯ୍ୟକଳାପ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌ ।

ବାଲୁ ନାମକ ଏହି କୁକୁର ହସ୍କୀ ବ୍ରିଡ (ପ୍ରଜାତି)ର । ହେଲେ ତା’ର ହରକତ କିଛି ମଣିଷଙ୍କ ଠାରୁ କମ୍‌ ନୁହେଁ । ଆନାଙ୍କ ଘର ଆଗ ଦେଇ କେହି ଲୋକ ଯାଉଥିଲେ ବାଲୁ ତାକୁ ଖତେଇ ହୋଇ ଚିଡ଼ାଇଥାଏ । ବାଲୁର ଏପରି କାର୍ଯ୍ୟକଳାପରେ ଲୋକେ ବିରକ୍ତ ହୋଇ ତା’ର ମାଲିକ ଆନାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଆନାଙ୍କୁ ଏହା ବିଶ୍ୱାସ ନହେବାରୁ ସେ କୁକୁରର କାର୍ଯ୍ୟକଳାପକୁ ରେକର୍ଡ କରିବାକୁ ଲାଗିଲେ । ଯେଉଁଥିରେ କୁକୁର ଅଜବ ପ୍ରକାରର ମୁହଁ ଭଙ୍ଗୀ କରିବା ଦେଖାଯାଇଥିଲା ।

dog
p.c : hindi.news18.com

ଫଳରେ ଲୋକେ କୁକୁର ତାଙ୍କୁ ଖତେଇ ହେଉଥିବା ଭାବୁଥିଲେ । ଏହାକୁ ନେଇ ପଡ଼ୋଶୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ବାସ୍ତବରେ କୁକୁର ଏହା ସ୍ୱାଭାବିକ ହରକ୍‌ତ ଥିଲା । କୁକୁରର ଏହି ହରକତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ଦେଖି ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.