ଓଡିଶାରେ ପଶି ଦାଦାଗିରି କରିଥିବା ଆନ୍ଧ୍ର ମନ୍ତ୍ରୀଙ୍କୁ ଗିରଫ କର, ଗଜପତି ଏସପିଙ୍କୁ ଏତଲା ଦେଲା ଓଡିଶାର ବରିଷ୍ଠ ନାଗରିକ ମହାମଞ୍ଚ

ଗଜପତି(କେନ୍ୟୁଜ୍): ଆଜି ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଆନ୍ଧ୍ର ଓଡିଶା ସୀମା ବିବାଦୀୟ ଅଞ୍ଚଳ ଗସ୍ତ କରିଛନ୍ତି  ଓଡିଶା ବରିଷ୍ଠ ନାଗରିକ ମହାମଞ୍ଚ। ଗସ୍ତପରେ ବିଳମ୍ବିତ ସଂନ୍ଧ୍ୟାରେ ଓଡିଶା ବରିଷ୍ଠ ନାଗରିକ ମହାମଞ୍ଚ ଗଜପତି ଆରକ୍ଷୀ ଅଧ୍ୟକ୍ଷକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନିକଟ ଅତିତରେ ଅନ୍ଧ୍ରର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଏସ୍‌.ଆପାଲାରାଜୁ ଗଜପତି ଜିଲ୍ଲାର ମାଣିକପାଟଣା ଗ୍ରାମରେ ଘଟାଇଥିବା ଉନ୍ମତକାଣ୍ଡ ବିରୋଧରେ ଏକ ଏଫଆଇଆର ପ୍ରଦାନ କରିଛନ୍ତି । ଉକ୍ତ ଏଫଆଇଆରରେ ମହାମଞ୍ଚର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଅଭିଯୋଗ ଆଣିଛନ୍ତି ଯେ ଆନ୍ଧ୍ର ମନ୍ତ୍ରୀ ଶତାଧିକ ଅନୁଗତ ସହ ସଶସ୍ତ୍ର ପୋଲିସ ଓ କର୍ମଚାରୀଙ୍କୁ ଧରି  ମାଣିକପାଟଣା ଗ୍ରାମରେ ପ୍ରବେଶ କରିବା ସହ, ଖତୁ ଭୂୟାଁଙ୍କ ନାମରେ ଓଡିଶା ବନ୍ଦୋବସ୍ତ ରେକର୍ଡ ପ୍ରକାରେ ନମୋଦ ଥିବା  ପଟ୍ଟା ଜମିରେ ଅନଧିକୃତ ଭାବେ ଏକ ଅସ୍ଥାୟୀ ଗୃହରେ ଚାଲିଥିବା ଅଙ୍ଗନୱାର୍ଡି କେନ୍ଦ୍ର ଯାହାକୁ ରାୟଗଡ ତଦସିଲଦାର ତଲା ଲଗାଇଥିଲେ।

ସେହି ତାଲାକୁ ଜୋରଦବରଦସ୍ତ ଭାଙ୍ଗିଦେଇ ସେହି ଗୃହ ମଧ୍ୟକୁ ମନ୍ଦ ଉଦେଶ୍ୟ ରଖି ଅନଧିକାର ପ୍ରବେଶ କରିଥିଲେ ଆନ୍ଧ୍ରର ମନ୍ତ୍ରୀ। ଖବରପାଇ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସେଠାରେ ପହଞ୍ଚି ନିଜ କର୍ତ୍ତବ୍ୟ କରିବା ସମୟରେ ଅଭିଯୁକ୍ତ ଏସ.ଆପାଲାରାଜୁ ନାନାଦି ଅନାବଶ୍ୟକ ଓ ଅଶାଳୀନ ମନ୍ତବ୍ୟ ଦେବା, ଅବାନ୍ତର ଓ ଅପମାନଜନକ କଥା କହି ସରକାରୀ କର୍ତ୍ତବ୍ୟ ସମ୍ପାଦନାରେ ବାଧା ସୃଷ୍ଟୀ କରିଛନ୍ତି । ତେଣୁ ଏହି ଏତଲାକୁ ପଞ୍ଜୀକୃତକରି ଅଭିଯୁକ୍ତ ବିରୋଧରେ ଆଇପିସି ଦଫାରେ ବିହିତ କାର୍ଯ୍ୟାନୁଷ୍ଟାନ ପାଇଁ ଦାବୀ କରିଛନ୍ତି  ଓଡିଶାର ବରିଷ୍ଠ ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.