କିମ୍ସକୁ ହେଲଥ୍‌ ଗିରି-୨୦୨୧ ପୁରସ୍କାର, ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ କରାଗଲା ପୁରସ୍କୃତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସେସ୍‌ ବା କିମ୍‌ସକୁ ମିଳିଛି ଇଣ୍ଡିଆ ଟୁଡେ ହେଲଥ୍‌ ଗିରି ପୁରସ୍କାର ୨୦୨୧ । ଆଜି ନୂଆଦିଲ୍ଲୀରେ ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିମସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କରୋନା ମୁକାବିଲାରେ ଦେଶର ଶ୍ରେଷ୍ଠ ସରକାରୀ ମେଡିକାଲ୍‌ ଭାବରେ ଦିଲ୍ଲୀର ଲୋକ ନାୟକ ହସ୍ପିଟାଲ ଓ ଶ୍ରେଷ୍ଠ ଘରୋଇ ମେଡିକାଲ ଭାବରେ କିମ୍‌ସକୁ ପୁରସ୍କୃତ କରାଯାଇଛି ।

health giri

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ପୁରସ୍କାର ପ୍ରଦାନ କରିଥିବା ବେଳେ କିମ୍‌ସ ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ କିମ୍‌ସ ମେଡିକାଲ୍‌ କଲେଜ ଅଧ୍ୟକ୍ଷ ଡାକ୍ତର ଅମ୍ବିକା ପ୍ରସାଦ ମହାନ୍ତି । ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ପୂର୍ବରୁ କିମ୍ସ ହସ୍ପିଟାଲର ନାଁ ଘୋଷଣା କରିଥିଲେ । କରୋନା ମୁକାବିଲା କ୍ଷେତ୍ରରେ ଶ୍ରେଷ୍ଠ ଘରୋଇ ମେଡିକାଲ ଭାବରେ କିମ୍‌ସକୁ ପୁରସ୍କାର ମିଳିଥିବାରୁ ଇଣ୍ଡିଆ ଟୁଡେ ଗ୍ରୁପକୁ କୃତଜ୍ଞତା ଜଣାଇଛନ୍ତି କିଟ୍‌, କିସ୍‌ ଓ କିମ୍‌ସ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ।

ସମସ୍ତ ଶ୍ରେୟ କିମ୍‌ସର ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ ଓ ସଫେଇ କର୍ମଚାରୀଙ୍କୁ ଦେଇଛନ୍ତି । ଏଥିସହ ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ମାର୍ଗଦର୍ଶନରେ କିମ୍‌ସ କୋଭିଡ୍‌ ହସ୍ପିଟାଲ ପରିଚାଳିତ ହେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.