Below header

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ସମ୍ପର୍କ ଛିନ୍ନ କଲା ଆମେରିକା, ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସବୁ ସଂପର୍କ ଚ୍ଛିନ୍ନ କରିଛି ଆମେରିକା। ଏନେଇ ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଚୀନରୁ ଆରମ୍ଭ ହୋଇଥିବା କରୋନା ସଂପର୍କରେ ତଥ୍ୟକୁ ଚାପିଥିବାରୁ ସଂଗଠନ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନକୁ ସାହାଯ୍ୟ କରିବାକୁ ଯାଇ ସ୍ବାସ୍ଥ୍ୟ ସଂଗଠନ ଠିକ୍ ସମୟରେ କରୋନା ସଂପର୍କରେ ସୂଚନା ନଦେବାରୁ ଆଜି ଏହା ବିଶ୍ବ ମହାମାରୀର ରୂପ ନେଇଛି ଏବଂ ଆମେରିକାରେ ଏକ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସେହିଭଳି ଚୀନର ହଂକଂ ନୀତିର ସମାଲୋଚନା କରି ଟ୍ରମ୍ପ୍ କହିଲେ ଯେ ଏହା ଗ୍ରହଣନୀୟ ନୁହେଁ। ଚୀନର କେତେକ ନିର୍ଦିଷ୍ଟ ଲୋକଙ୍କୁ ଆମେରିକା ପ୍ରତି ବିପଦ ଦର୍ଶାଇ ସେମାନଙ୍କର ଆମେରିକା ପ୍ରବେଶ ଉପରେ ମଧ୍ୟ ସେ କଟକଣା ଜାରି କରିଛନ୍ତି।

ଟ୍ରମ୍ପ କହିଛନ୍ତି, WHO ସଂପୂର୍ଣ୍ଣ ଭାବେ ଚୀନ୍‌ର ନିୟନ୍ତ୍ରଣରେ ରହିଛି । ଚୀନ୍‌ WHOକୁ ବର୍ଷେ ମଧ୍ୟରେ ୪୦ ମିଲିୟନ୍‌ ଡଲାର ଦେଉଛି । ହେଲେ ଆମେରିକା ବର୍ଷେ ମଧ୍ୟରେ WHOକୁ ପାଖାପାଖି ୪୫୦ ମିଲିୟନ୍‌ ଡଲାର ଅନୁଦାନ ଦେଉଛି । WHOକୁ ଦିଆଯାଉଥିବା ଅର୍ଥ ଅନ୍ୟ ସ୍ୱାସ୍ଥ୍ୟ ସଂଗଠନ ଗୁଡିକୁ ଦିଆଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।

WHOରେ ସୁଧାର ଆଣିବା ପାଇଁ ଯେଉଁ ସୁପାରିଶ କରାଯାଇଥିଲା, ତାକୁ ଲାଗୁ କରାଯାଇନଥିଲା । ତେଣୁ ଆମେରିକା WHO ସହ ସମ୍ପର୍କ ଛିନ୍ନ କରିଥିବା ଟ୍ରମ୍ପ କହିଛନ୍ତି । ଏହା ସହ ଟ୍ରମ୍ପ କହିଛନ୍ତି, WHO ପ୍ରଥମରୁ କରୋନା ଭାଇରସ୍‌କୁ ରୋକିବାରେ ବିଫଳ ହୋଇଛି । ସାରା ବିଶ୍ୱରେ କରୋନାରେ ହୋଇଥିବା ମୃତ୍ୟୁ ପାଇଁ ଚୀନ୍‌ ଓ WHO ଦାୟୀ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.