Below header

ଆଜି ରାତି ୯ଟାରେ ହଠାତ ବନ୍ଦ କରନ୍ତୁନି ନିଜର ସମସ୍ତ ସୁଇଚ ନଚେତ ଦେଶରେ ଦେଖା ଦେଇପାରେ ବିଜୁଳି ସମସ୍ୟା, ଜାଣନ୍ତୁ ଆଉ କଣ କହୁଛି ରାଜ୍ୟ ବିଦ୍ୟୁତ ବିଭାଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ ଦେଶବାସୀଙ୍କୁ ତାଙ୍କର ୯ ମିନିଟ୍ ମାଗିଛନ୍ତି । ଅର୍ଥାତ୍ ୯ ଘଟିକା ଠାରୁ ୯.୦୯ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦ୍ଵୀପ କିମ୍ବା ମହମବତୀ ଜଳାଇ ନଚେତ୍ ନିଜ ମୋବାଇଲର ଫ୍ଲାସ୍ ଲାଇଟ୍ ଜଳାଇ ଆମର ଏକତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।

Colton, CA

ତେବେ ଏପରି କରିବା ଦ୍ୱାରା ହଠାତ୍ ଲୋଡ୍ କମିବା କିମ୍ବା ବଢ଼ିବାର ସମ୍ଭାବନା ରହୁଥିବା ହେତୁ କେବଳ ଲାଇଟ୍ ସୁଇଚ୍ ବ୍ୟତୀତ ଘରର ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଜିନିଷ ବନ୍ଦ ନକରିବାକୁ ଅନୁରୋଧ କରିଛନ୍ତି ବିଦ୍ୟୁତ୍ ବିଭାଗ । ଏହାସହିତ ମେନ ସୁଇଚ୍ ଆଦୌ ବନ୍ଦ କରନ୍ତୁ ନାହିଁ ଏବଂ ଲାଇଟ୍ ସୁଇଚ୍ ଗୁଡିକ ଏକାସାଙ୍ଗରେ ବନ୍ଦ ନକରି କିଛି ସମୟ ପୂର୍ବରୁ କିମ୍ବା କିଛି ସମୟ ପରେ ଛାଡି ଛାଡି ବନ୍ଦ କରିବା ପାଇଁ ବିଦ୍ୟୁତ ବିଭାଗ ଲୋକମାନଙ୍କୁ ପରାମର୍ଶ ଦେଇଛି । ଏପରି ନହେଲେ ଦେଶରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦଇପାରେ ବୋଲି ଜଣାଇଛି ଶକ୍ତି ବିଭାଗ । ତେବେ ଏହି ସବୁ ସମସ୍ୟା ନହେବା ପାଇଁ ଦେଶ ସ୍ତରରେ ସବୁ ପ୍ରକାର ପଦକ୍ଷେପ ମଧ୍ଯ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.