Below header

ଜାଣନ୍ତୁ କରୋନାକୁ ହରାଇବା ପାଇଁ ଭାରତ ସରକାର କିପରି କରୁଛନ୍ତି ଟେକ୍ନୋଲୋଜିର ବ୍ୟବହାର

ବିଶ୍ୱର ଅଧିକାଂଶ ଦେଶ ବର୍ତ୍ତମାନ କରୋନା ଭାଇରସ କବଳରେ। ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଏହି ଭୟଙ୍କର ଭାଇରସକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆମେରିକା, ଇଟାଲୀ ଏବଂ ସ୍ପେନ ଭଳି ଦେଶରେ ଏହି ଭାଇରସ କାୟା ବିସ୍ତାର ହେବାରେ ଲାଗିଥିବା ବେଳେ ଭାରତରେ ମଧ୍ୟ କୋଭିଡ-୧୯ ରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୫୦ପରେ ପହଞ୍ଚିସାରିଲାଣି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭାରତ ସରକାର ଲୋକମାନଙ୍କୁ ଏହି ଭାଇରସରୁ ରକ୍ଷା କରିବାପାଇଁ କେଉଭଳି ଟେକ୍ନିକର ବ୍ୟବହାର କରୁଛନ୍ତି।

22

ଭିଡ଼ିଓ କନ୍ଫରେସିଂ

ଭିଡ଼ିଓ କନ୍ଫରେସିଂ କରୋନା ଭାଇରସକୁ ରୋକିବା ପାଇଁ ଏକ ଉତ୍ତମ ବିକଳ୍ପ। କାରଣ ଏହାଦ୍ୱାରା ସାମାଜିକ ଦୂରତା ରହିବା ସହ ଭାଇରସକୁ ରୋକିବାରେ ମଧ୍ୟ ସାହାଯ୍ୟ ମିଳିଥାଏ। ସୂଚନା ଅନୁଯାୟୀ ଲକଡାଉନ ଚାଲିଥିବାରୁ ଅଧିକାଂଶ ଲୋକମାନେ ମଧ୍ୟ ଭିଡ଼ିଓ କଲ ଜରିଆରେ ମିଟିଂ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

home

ୱାର୍କ ଫ୍ରମ ହୋମ (ଘରୁ କାମ କରିବା)

ଲକଡାଉନ ଚାଲିଥିବାରୁ ଅଧିକାଂଶ ଲୋକ ନିଜ ଘରୁ କାମ କରୁଛନ୍ତି। ଏଥିରେ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ସରକାରୀ ଏବଂ ଘରୋଇ କମ୍ପାନୀ ସାଧାରଣ ଜନତାଙ୍କୁ ଏଭଳି ଭୟଙ୍କର ମହାମାରୀ ଠାରୁ ଦୂରେଇ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ରିପୋର୍ଟ ଅନୁଯାୟୀ ୱାର୍କ ଫ୍ରମ ହୋମ ପ୍ରଥମେ ଚୀନରୁ ଆରମ୍ଭ ହୋଇଥିଲା। ଚୀନର ଅଲିବାବା କମ୍ପାନୀ ପ୍ରଥମେ ନିଜ କର୍ମଚାରୀମାନଙ୍କୁ ଘରୁ କାମ କରିବା ପାଇଁ ଆଦେଶ ଜାରି କରିଥିଲା।

drone

ଆକାଶ ମାର୍ଗରୁ କ୍ୟାମେରାର ବ୍ୟବହାର

ବିଶ୍ୱର ଅଧିକାଂଶ ଦେଶରେ ଦ୍ରୋନ ଜରିଆରେ ଲୋକମାନଙ୍କ ପାଖରେ ଔଷଧ ଠାରୁ ଆରମ୍ଭ କରି ଅତିଆବଶ୍ୟକୀୟ ଜିନିଷ ପହଞ୍ଚି ପାରୁଛି। ଚୀନ ସରକାର ମଧ୍ୟ ଏହି କ୍ୟାମେରା ସାହାଯ୍ୟରେ ଲୋକଙ୍କ ପାଖାରେ ମାସ୍କ ଏବଂ ଔଷଧ ପହଞ୍ଚାଉଛନ୍ତି। ଏଥିସହ ସଂକ୍ରମିତ ଅଞ୍ଚଳରେ ସାନିଟାଇଜର ମଧ୍ୟ ଛିଞ୍ଚନ କରାଯାଉଛି।

corona 1

ଭାରତ ସରକାର ଏଭଳି ପରିସ୍ଥିତିରେ କରୋନା କବଚ ଏବଂ ଆରୋଗ୍ୟ ସେତୁ ମୋବାଇଲ ଆପ ଲଞ୍ଚ କରିଛନ୍ତି। ସରକାରଙ୍କ କହିବାନୁଯାୟୀ ଏହି ଆପ ଜରିଆରେ ଆପଣ ଭାଇରସ ଠାରୁ ସଂକ୍ରମିତ ଲୋକ ରହୁଥିବା ସ୍ଥାନ ଟ୍ରାକ କରିପାରିବେ। ସେହିଭଳି ଏହି ଆପରେ କରୋନା ଭାଇରସ ସହ ଜଡିତ ମୁଖ୍ୟ ସୂଚନା ଉପଲବ୍ଧ ରହିଛି, ଯାହା ବ୍ୟବହାରକାରୀଙ୍କ ବହୁତ କାମରେ ଆସିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.